25.1 C
Bhubaneswar
Thursday, February 5, 2026
Homeଓଡିଶାବସକୁ ପିଟିହେଲା ବାଇକ୍: ଜଣେ ମୃତ

ବସକୁ ପିଟିହେଲା ବାଇକ୍: ଜଣେ ମୃତ

ବାଲିଶଙ୍କରା: ବସକୁ ପଛ ପଟୁ ପିଟିଲା ବାଇକ। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ତଲସରା ଥାନା ଅନ୍ତର୍ଗତ ତୁମୁଲିଆ ବଣ୍ଡା ପୋଲ ଉପରେ ଘଟିଛି ଏହି ଅଘଟଣ। ମୃତ ଯୁବକ ହେଲେ ଦେଓ ଭୁବନପୁର ପଞ୍ଚାୟତ ଟାଙ୍ଗରଯୋର ଗ୍ରାମର ରୋହନ ଛତ୍ରିଆ (୨୩) । ସୂଚନା ଅନୁଯାୟୀ, ରୋହନ ବାଇକ୍ ନମ୍ବର ଓଡି ୧୬ ୧୩୮୮ ଯୋଗେ ସବଡେଗାରୁ ଘରକୁ ଫେରୁଥିବାବେଳେ ତୁମୁଲିଆ ବଣ୍ଡା ପୋଲ ଉପରେ ଏକ ବସ୍(ଓଆର ୧୬ ବି ୮୮୨୫) ପଛ ପଟେ ବାଇକ୍ ପିଟିହେବାରୁ ରୋହନ ବାଇକରୁ ଛିଟିକି ପଡି ଗୁରୁତର ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ସବଡେଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ସୁନ୍ଦରଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାଉରକେଲା ଡାକ୍ତରଖାନାକୁ ନିଆଯାଉଥିବାବେଳେ ବାଟରେ ରୋହନଙ୍କ ମୃତ୍ୟୁ ଘଟିଥିଲା। ପରେ ମୃତକ ରୋହନଙ୍କ ବାପା ଦେବାନନ୍ଦ ଛତ୍ରିଆ ତଲସରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking