ସମ୍ବଲପୁର: ୫୩ ନମ୍ବର ଜାତୀୟ ରାଜପଥ ଜୟନ୍ତପୁର ସ୍ଥିତ ଏକ ଢାବା ନିକଟରେ ଏକ ହାଇୱା ପଛରେ ଦ୍ରୁତ ଗତିରେ ଆସୁଥିବା ବାଇକ୍ ପଛପଟୁ ପିଟିହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ସଦର ପୁଲିସ, ଆମ୍ବୁଲାନ୍ସ ତ୍ୱରିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ସଦର ହସ୍ପିଟାଲକୁ ପଠାଇ ବାଇକ ଓ ମୃତ ବ୍ୟକ୍ତିର ଶବ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଜୟନ୍ତପୁର ଦେଇ ସମ୍ବଲପୁର ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବାଇକରେ ଥିବା ୨ ଆରୋହୀଙ୍କ ସ୍ପଷ୍ଟ ପରିଚୟ ମିଳିନଥିଲେ ସୁଦ୍ଧା ପ୍ରାରମ୍ଭିକ ଭାବେ ମୃତ ବ୍ୟକ୍ତି ସମ୍ବଲପୁର ସହର ବୁଢାରଜାର ମଣ୍ଟୁ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ହାଇୱା ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।










