33.1 C
Bhubaneswar
Wednesday, March 25, 2026
Homeଓଡିଶାବାଇକକୁ ପିଟି ଦେଲା ଟ୍ରେଲର, ୩ ମୃତ

ବାଇକକୁ ପିଟି ଦେଲା ଟ୍ରେଲର, ୩ ମୃତ

କେନ୍ଦୁଝର: ଘଟଗାଁ ଥାନା ଢେଙ୍କିକୋଟର ଲଙ୍ଗଲକଣ୍ଟି ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରେଲର ଏକ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି- ମସିଣାବିଲା ଗ୍ରାମର କାହ୍ନୁ ମୁଣ୍ଡା, ଭଦ୍ର ଖାଟୁଆ ଓ ସାନବରବେଡା ଗ୍ରାମର ମହେଶ୍ୱର ନାଏକ। ଏହି ତିନି ଜଣ ଏକ ବାଇକ ଯୋଗେ ଢେଙ୍କିକୋଟ ବଜାରରୁ ନିଜ ଗାଁକୁ ଫେରୁଥିବା ସମୟରେ ଭାରତ ପେଟ୍ରୋଲ ପମ୍ପ ଓ ଗୋଦାବରୀ ଢାବା ମଧ୍ୟରେ ଏକ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା। ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରେଲରଟି ଫେରାର ହୋଇ ଯାଇଥିବା ବେଳେ ଢେଙ୍କିକୋଟ ଟୋଲ୍ ଗେଟ୍ ନିକଟରେ ପୁଲିସ ଏହାକୁ ଧରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking