ଗୁଣୁପୁର: ଗୁଣୁପୁରରେ ଭୟଙ୍କର ସଡକ ଦୁର୍ଘଟଣା । ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କୁ ମୁନା କିମ୍ବକା ଏବଂ କୃଷ୍ଣ କିମ୍ବକା ବୋଲି ଚିହ୍ନଟ କରାଯାଇଛି, ଉଭୟ ସମ୍ପର୍କରେ ଦୁଇ ଭାଇ ଥିଲେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଦୁଇ ଭାଇ କୌଣସି କାମରେ ଗୁଣୁପୁର ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ଭାରମାମ୍ୟ ହରାଇ ଲିମାମୋଡା ନିକଟରେ ମୁଖ୍ୟ ରାସ୍ତାରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ସେମାନଙ୍କ ବାଇକ୍ ଧକ୍କା ହୋଇଥିଲା । ଏହା ପରେ ସ୍ଥାନୀୟ ଲୋକମାନେ ଉଭୟ ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ ଗୁଣୁପୁର ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁଣୁପୁର ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।









