27.1 C
Bhubaneswar
Tuesday, March 24, 2026
Homeଓଡିଶାବାଇକ୍‌କୁ ଧକ୍କା ଦେଲା କାର୍‌: ଶାଶୁ ମୃତ, ଜ୍ୱାଇଁ ଗୁରୁତର

ବାଇକ୍‌କୁ ଧକ୍କା ଦେଲା କାର୍‌: ଶାଶୁ ମୃତ, ଜ୍ୱାଇଁ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ କାରଟିଏ ଧକ୍କା ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ରଞ୍ଜ ବିଶ୍ୱାଳ। ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କ ଘର କଙ୍କିଳି ଗାଁରେ। କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିଲେ। ହେଲେ ସେଠାରେ ମେଡିକାଲ ଛକରେ ସେମାନଙ୍କ ବାଇକକୁ ଏକ କାର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ରଞ୍ଜ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଜ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରଟିକୁ ଅଟକ ରଖିବା ସହିତ କାମାକ୍ଷାନଗର ପୁଲିସକୁ ସୂଚନା ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking