କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡ଼ୁଗାଁ ପଞ୍ଚାୟତ ଭାଳୁପଡା ଠାରେ ଭାରସମ୍ୟା ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କେନ୍ଦୁଡୋଙ୍ଗରୀ ଗ୍ରାମର ଅମରେନ୍ଦ୍ର ମାଝୀ (୨୯) ଓ ସୁବାସ ନାଏକ (୨୫)। ଶୁକ୍ରବାର ବିଳମ୍ବିତ ରାତିାର ସୁନାମାଳ ଗ୍ରାମରୁ ଉଭୟ କୋଣସି କାର୍ଯ୍ୟ ସାରି ନିଜ ଗ୍ରାମକୁ ବାଇକରେ ଫେରୁଥିବା ସମୟରେ ସୁନାମାଳ ସ୍ଥିତ ଭାଳୁପଡା ନିକଟରେ ଭାରସମ୍ୟା ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଚାଷ ଜମିକୁ ଖସି ଯାଇଥିଲେ। ତେବେ ବିଳମ୍ବିତ ରାତି ହୋଇଥିବାରୁ କେହି ସୂଚନା ପାଇପାରି ନଥିଲେ। ଭୋଚ ସ୍ଥାନୀୟ ଲୋକେ ଦେଖି ପରିବାର ଓ କୋକସରା ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ କୋକସରା ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।










