18.1 C
Bhubaneswar
Monday, December 22, 2025
Homeଓଡିଶାବିଜୁ ଶ୍ରମିକ ସାମୂଖ୍ୟ ତରଫରୁ ଆନ୍ତର୍ଜାତୀକ ମଇ ଦିବସ ପାଳନ

ବିଜୁ ଶ୍ରମିକ ସାମୂଖ୍ୟ ତରଫରୁ ଆନ୍ତର୍ଜାତୀକ ମଇ ଦିବସ ପାଳନ

ଭୁବନେଶ୍ୱର : ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ଦପ୍ତରରେ ୫୦୦ ରୁ ଉର୍ଦ୍ଧ ମାନଙ୍କ ଉପସ୍ଥିତିରେ ମଇ ଦିବସ- ୨୦୨୫ ମହାସମାରୋହରେ ପାଳିତ ହୋଇ ଯାଇଛି । ସାମୂଖ୍ୟର ଉପ-ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ନବ କିଶୋର ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ସଭାରେ ଶ୍ରୀ ମହାନ୍ତି ମଇ ଦିବସର ଇତିହାସ ଓ ଶ୍ରମିକ ଏକତା ସହିତ ମିଳିତ ଲଢେଇର ଆବଶ୍ୟକତା ଉପରେ ସୂଚନା ଦେବା ସହିତ ବର୍ତମାନର ଶ୍ରମିକ ବିରୋଧୀ କେନ୍ଦ୍ର ସରକାର ଶ୍ରୀ ନରେନ୍ଦ୍ର ଦୀଙ୍କ ନେତୃତ୍ବରେ ଶ୍ରମ ଆଇନ୍ କୁ ୪ ଟି କୋଡ୍ ରେ ବିଭକ୍ତ କରି ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଠ ୨୯ ଟି ଆଇନ୍ କୁ ପରିବର୍ତନ କରିବା ଓ ଅଧୀକାରକୁ ଛଡାଇ ନେଇଯାଇ ଆଇନ ପ୍ରଣୟନ କରିବା ତାଙ୍କ ଶ୍ରମିକ ବିରୋଧୀ ଚରିତ୍ରକୁ ପଦାରେ ପକାଇଛି। ଦିର୍ଘ ୭ ବର୍ଷଧରି ସାରା ଭାରତ ବ୍ୟାପି ଏହାର ବିରୋଧ ଯୋଗୁଁ ଅଟକାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବର୍ଷ ଲାଗୁ କରାଇବାପାଇଁ ଚାହୁଁଛନ୍ତି ଓ ଅନ୍ୟ ପକ୍ଷରେ ଭାରତବର୍ଷର ଶ୍ରମିକ ଶ୍ରେଣୀ ଜବରଦସ୍ତ ବିରୋଧ କରି ୨୦ ମେ ରେ ଭାରତ ବଂଦ ଡାକରା ଦେଇଛନ୍ତି । ଭକ୍ତ ସଭାରେ ବରିଷ୍ଠ ପୂର୍ବତନ ମନ୍ତ୍ରୀ ତଥା ମୁଖ୍ୟ ଅତିଥି ବିଜୁ ଜନତା ଦଳର ସାଂଗଠନିକ ଅଧକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ତାଙ୍କ ଦିର୍ଘ ସମୟର ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଓ ସାଧରଣ ମଣିଷ ବିରୋଧୀ, ଦରଦାମ ବୃଦ୍ଧି , ବିଶେଷ କରି ରାଜ୍ୟ ସରକାରଙ୍କ ରଂଗ ବୋଳା ଓ ଡହରାମୀ ନିତୀ ଉପରେ ବକ୍ତବ୍ୟ ରଖି ଘୋର ନିନ୍ଦା କରିଥିଲେ । ବିଜେଡି ଶାସନରେଓଡିଶାର ଅର୍ଥନୈତିକ ପ୍ରଗତି ଓ ବଳକା ରାଜୟ ସାଂଗକୁ ବିଭିନ୍ନ କ୍ଷେତ୍ରରେ ଦେଶର ୧ ନଂ ଥିଲାବେଳେ ବର୍ତମାନ ରାଜ୍ୟ ତଳକୁ ତଳ ଚାଲିଯାଇଛି।ଶ୍ରମିକ ମାନଙ୍କ ନିରାପତ୍ତି। ଉପରେ ଗୁରୁତ୍ବ ଦିଆଯାଉନି।ଖାଦ୍ୟ ନିରାପତ୍ତା ଗୁରୁତ୍ବ ଦିଆଯାଉନି। ସର୍ବନିମ୍ନ ମଜୁରୀ ମଧ୍ୟ ବୃଦ୍ଧି ହେବା ଦରକାର ।ଆୟୁସ୍ନାନ ଯୋଜନାରେ ମଧ୍ୟ ଶ୍ରମିକ ମାନେ ସାମିଲ ହେବା ଦରକାର ।

ବିଜୁ ଶ୍ରମିକ ସାମୂଖ୍ୟର ମହାଶଚିବ ଶ୍ରୀ ସୁବାସ ସିଂ ବକ୍ତବ୍ୟ ରଖି ମଇ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ମିଳିତ ଲଢେଇର କଜ୍ଜରୀ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିବା ସହିତ ଆଗାମି ୨୦ ମଇ ଲଢେଇରେ ବିଜୁ ଶ୍ରମିକ ସାମୂଖ୍ୟ ସାମିଲ ହେବା ପାଇଁ ସୂଚନା ଦେଇଥିଲେ।କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ଷଡଯନ୍ତ୍ର, ଦରଦାମ ବୃଦ୍ଧିକୁ କଡା ସମାଲୋଚନା କରି ଆଗାମୀ ଦିନରେ ଦୃଢ ଭାବରେ ବିରୋଧ କରିବା ପାଇଁ ଆହ୍ବାନ ଦେଇଥିଲେ। ଭୁବନେଶ୍ବର ଉତ୍ତର ବିଧାୟକ ଶ୍ରୀ ଶୁସାନ୍ତ କୁମାର ରାଉତ,ଓ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ମେୟର ଶ୍ରୀମତୀ ସୁଲୋଚନା ଦାସ ଦିର୍ଘ ସମୟର ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନିତୀର ସମାଲୋଚନା କରି ଏହାର ଉପଯୁକ୍ତ ଜବାବ ଦେବ ବୋଲି ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ପ୍ରଦ୍ୟୁମ୍ନ କୁମର ସାମଲ, ପ୍ରଦିପ କୁମାର ନାୟକ, ବିକ୍ରମ ନାୟକ, ଯୋଗେନ୍ଦ୍ର ସାଇଁ ପ୍ରଭୃତି ମଇ ଦିବସ ସଂପର୍କରେ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନିତୀର ବିରୋଧ କରିଥିଲେ । ସର୍ବଶେଷରେ ଶ୍ରମିକ ନେତା ଶ୍ରୀ ଦିବ୍ୟରଂଜନ ସେଠୀ ଧନ୍ୟବାଦ ବକ୍ତବ୍ୟ ରଖିଥିଲେ।ଉକ୍ତ ସଭାରେ ୪୫ ଟି ଟ୍ରେଡ୍ ୟୁନିୟନ ଓ ଆସୋସିଏସନ୍ ପ୍ରତିନିଧୀ ମାନେ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking