26.1 C
Bhubaneswar
Thursday, December 18, 2025
Homeଓଡିଶାବିଜେପି ବିଧାୟକଙ୍କ ଗିରଫ ଦାବିରେ ବିଜୁ ମହିଳା ଜନତା ଦଳର ସ୍ୱାଭିମାନ ରାଲି

ବିଜେପି ବିଧାୟକଙ୍କ ଗିରଫ ଦାବିରେ ବିଜୁ ମହିଳା ଜନତା ଦଳର ସ୍ୱାଭିମାନ ରାଲି

ପୋଲିସ୍ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କଲା ବିଜୁ ମହିଳା ଜନତା ଦଳ
ବିଜେପି ବିଧାୟକ ଗିରଫ ନ ହେଲେ ପ୍ରତି ଜିଲ୍ଲାରେ ଆନେ୍ଦାଳନ ହେବ
ଉତ୍ସବ ମୁହାଁ ବିଜେପି ସରକାର ମହିଳାଙ୍କ ସମ୍ମାନ ଭୁଲିଗଲେ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ମହିଳା ବିଜେଡିର ସ୍ୱାଭିମାନ ରାଲି କରାଯାଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଜଣେ ମହିଳାଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି କୁତ୍ସିତ ମନ୍ତବ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ।

କ୍ଷମତା ନିଶାରେ ଅନ୍ଧ ହୋଇ ବିଜେପିର ବିଧାୟକ ମାନେ ନିଜର ନୀତି ନୈତିକତା ଭୁଲି ଯାଉଛନ୍ତି । ବିଜେପି ସରକାରରେ ମହିଳା କେତେ ଅସୁରକ୍ଷିତ ତାହା ବିଧାୟକ ସନ୍ତୋଷ ଖଟୁଆଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଅନୁମେୟ । ବିଜେପି ସରକାରକୁ ଆସିବା ଦିନଠୁ ରାଜ୍ୟରେ ମହିଳା ପ୍ରତିଦିନ ନିର୍ଯାତିତ ହେଉଛନ୍ତି । ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟରେ ଦୁଷ୍କର୍ମ ହାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି । ଉତ୍ସବରେ ମାତି ବିଜେପି ସରକାର ମହିଳାଙ୍କ ସମ୍ମାନ ଭୁଲିଯାଇଛନ୍ତି । ଡ଼ ଲେଖଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ମାମଲାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବିଧାୟକ ଶ୍ରୀ ଖଟୁଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନ ହେଲେ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ଆନେ୍ଦାଳନ କରିବ ବିଜୁ ମହିଳା ଜନତା ଦଳ ।

ଏହି ରାଲିରେ ବିଧାୟକ ସର୍ବଶ୍ରୀ ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀମତୀ ସୁବାସିନୀ ଜେନା, ଶ୍ରୀମତୀ ସୁଜାତା ସାହୁ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଶ୍ରୀମତୀ ଗୀତାଞ୍ଜଳୀ ରାଉତରାୟ ପ୍ରମୁଖ ସାମିଲ୍ ଥିଲେ ।

ଆଜି ଅପରାହ୍ନରେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ଡିଜି ୱାଇ.ବି ଖୁରାନିଆଙ୍କୁ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ରେ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଥିଲା । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀମତୀ ସୁବାସିନୀ ଜେନା, ଶ୍ରୀମତୀ ସୁଜାତା ସାହୁ, ଶ୍ରୀମତୀ ଗୀତାଞ୍ଜଳୀ ରାଉତରାୟ ପ୍ରମୁଖ ସାମିଲ୍ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking