24.1 C
Bhubaneswar
Tuesday, February 24, 2026
Homeଓଡିଶାବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

ଭୁବନେଶ୍ବର: ୨୯ ଅଗଷ୍ଟ ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି। ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ୯ ବର୍ଷରୁ କମ ବୟସ ବର୍ଗରେ ଦୁଇ ଥର ବିଶ୍ୱ ପଦକ ବିଜେତା ଚେସ ଖେଳାଳି ସାତ୍ତ୍ବିକ ସ୍ବାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପାରା ଆଥଲେଟ ଭାବେ ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାଙ୍କୁ ଟ୍ରଫି, ମାନପତ୍ର ଏବଂ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଜୀବନବ୍ୟାପୀ ସେବା ପୁରସ୍କାର ପାଇଁ ୪ ଲକ୍ଷ, ଶ୍ରେଷ୍ଠ କ୍ରୀଡାବିତଙ୍କୁ ୩ ଲକ୍ଷ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ, ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏଥିସହ ଚିତ୍ତରଞ୍ଜନ ପ୍ରଧାନ ଏବଂ ଜୀବନ କୁମାର ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking