31.1 C
Bhubaneswar
Tuesday, March 24, 2026
Homeଓଡିଶାମନ୍ତ୍ରୀଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ମନ୍ତ୍ରୀଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ମନ୍ତ୍ରୀଗଡ଼ରେ ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ବିଜେପିକୁ ଚାଲେଞ୍ଜ କରି ନିଜ ସଂଗଠନର ଦବ ଦବା ଦେଖାଇ ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ କରିଛନ୍ତି ବିଜୁ ଜନତା ଦଳ ପକ୍ଷରୁ ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ହଜାର ହଜାର ସମର୍ଥକ ସହ ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ହଜାର ହଜାର ଜନସାଧାରଣ ଯୋଗ ଯୋଗଦେଇଥିଲେ l ଡବଲ ଇଞ୍ଜିନି ସରକାରଙ୍କ କୁଶାସନ ବିରୋଧରେ ସ୍ୱର ଉତ୍ତଳନ କରିଥିଲେ l ବିଜୁ ଜନତା ଦଳର ହଜାର ହଜାର ସମର୍ଥକ ସହ କାଳିଆପାଣି ଦୁର୍ଗା ପଡ଼ାଇ ଠାରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ହୋଇ କେଟିଏଲ ଛକ ନିକଟରେ ସମାପନ ହୋଇଥିଲା l ଏହି ପଦଯାତ୍ରାରେ ମୁଖ୍ୟତଃ ଘରକୁ ଘର ପହଁଚିବା ସମ୍ପର୍କ ମଜବୁତ କରିବାକୁ ନେଇ ଅଭିଭାଷଣ ରଖିଥିଲେ ପ୍ରୀତିରଞ୍ଜ ଘଡ଼ାଇ l ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ସହିତ ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି, ବ୍ଲକ ସଭାପତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଖଣି ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ l ସୁକିନ୍ଦାରେ ମନ୍ତ୍ରୀଙ୍କ ସମର୍ଥମାନେ ଗୁଣ୍ଡା ରାଜକୁ ବିରୋଧ କରି କହିଥିଲେ ବିଜେଡି ସରକାର ସମୟରେ ଯାହା ବିକାଶ ହୋଇଥିଲା ଏବେ ସୁକିନ୍ଦାରେ ଵିକାଶ ବଦଳରେ ବିନାଶ ହେଉଛି l ପିସି ନ ଦେଲେ କାର୍ଯ୍ୟ ହେଉ ନାହଁ ଆଗାମୀ ଦିନ ରେସୁକିନ୍ଦା ବାସି ବିଜେପିକୁ ଠିକଣା ଜବାବ ଦେବ ବୋଲି ବକ୍ତାମାନେ କହିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking