26.1 C
Bhubaneswar
Friday, March 20, 2026
Homeଓଡିଶାକାମାକ୍ଷାନଗର କଲେଜ ଛାତ୍ରୀ ସନେ୍ଦହଜନକ ମୃତୁ୍ୟ ଘଟଣାରେ ତୁରନ୍ତ ନ୍ୟାୟ ଦାବି କଲା ବିଜୁ ଜନତା...

କାମାକ୍ଷାନଗର କଲେଜ ଛାତ୍ରୀ ସନେ୍ଦହଜନକ ମୃତୁ୍ୟ ଘଟଣାରେ ତୁରନ୍ତ ନ୍ୟାୟ ଦାବି କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ବିଜୁ ଜନତା ଦଳର ବହୁ ନେତା ଓ ପ୍ରତିନିଧିମାନେ ଆଜି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ଦୁଷ୍କର୍ମ ଜନିତ ମୃତୁ୍ୟବରଣ କରିଥିବା କଲେଜ ଛାତ୍ରୀଙ୍କ ଶୋକାକୁଳ ପରିବାର ସଦସ୍ୟ ଏବଂ ତାଙ୍କ ମାଆଙ୍କୁ ଭେଟି ସାନ୍ତ୍ୱନା ଜଣାଇବା ସହ ସମବେଦନା ପ୍ରକାଶ କରିଥିଲେ । ସନେ୍ଦହଜନକ ପରିସ୍ଥିତିରେ ସାରୁଆଳି ଗ୍ରାମ ନିକଟସ୍ଥ ଜଙ୍ଗଳରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିଥିଲା । ଏହି ଅବସରରେ ପ୍ରତିନିଧି ଦଳ ଢେଙ୍କାନାଳ ପୁଲିସ ଅଧୀକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ତୁରନ୍ତ ଏବଂ ଦୃଢ଼ ପଦକ୍ଷେପ ନେବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଘଟଣାଟି ମାର୍ଥାପୁର ଗ୍ରାମର ବାସିନ୍ଦା ଥିବା ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଲେଜ ଛାତ୍ରୀଙ୍କ ସହ ଘଟିଥିଲା । ମିଳିଥିବା ସୂଚନାନୁସାରେ, ସେ ବୁଧବାର ଦିନ ପରୀକ୍ଷା ଦେବାକୁ ଯାଇଥିଲେ କିନ୍ତୁ ଘରକୁ ଫେରିନଥିଲେ । ଗୁରୁବାର ସକାଳେ କାମାକ୍ଷାନଗର ଥାନା ଅଧୀନସ୍ଥ ସାରୁଆଳି ଗ୍ରାମ ନିକଟସ୍ଥ ଜଙ୍ଗଳରୁ ତାଙ୍କ ମୃତଦେହ ସନେ୍ଦହଜନକ ଭାବେ ଉଦ୍ଧାର ହୋଇଥିଲା । ଏହି ମୃତୁ୍ୟର ପାରିପାଶ୍ୱିକ ପରିସ୍ଥିତି ଗୁରୁତର ସନେ୍ଦହ ସୃଷ୍ଟି କରିଛି ଏବଂ ଏକ ସମ୍ପୂର୍ଣ୍ଣ ତଥା ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ବିଜୁ ଜନତା ଦଳ ଜିଲ୍ଲା ପୁଲିସ ପ୍ରଶାସନଙ୍କୁ ଘଟଣାର ନିରପେକ୍ଷ, ସଠିକ, ପକ୍ଷପାତବିହୀନ ଓ ଯୁକ୍ତିଯୁକ୍ତ ତଦନ୍ତ କରିବାକୁ ଜୋର ଦେଇଛି । ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବା ସହ ମାମଲାକୁ ଶୀଘ୍ର ନ୍ୟାୟ ପାଇଁ ଫାଷ୍ଟ-ଟ୍ରାକ୍ ଆଇନ ପ୍ରକ୍ରିୟାରେ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଏହା ସହ ପୀଡିତା ପରିବାରଙ୍କୁ ପୋଲିସ ପକ୍ଷରୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବାକୁ ଦାବି କରାଯାଇଛି । ବିଜେଡି ପ୍ରତିନିଧି ଦଳ ଜୋର ଦେଇଥିଲେ ଯେ, ନ୍ୟାୟକୁ ସୁନିଶ୍ଚିତ କରିବା ଓ ଆଇନ ଶୃଙ୍ଖଳା ପ୍ରତି ଲୋକମାନଙ୍କର ବିଶ୍ୱାସ ଅତୁଟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ଓ ଦାୟିତ୍ୱବୋଧତାର ଆବଶ୍ୟକତା ରହିଛି । ବିଜୁ ଜନତା ଦଳର ଏହି ପ୍ରତିନିଧି ଦଳରେ ଇପ୍ସିତା ସାହୁ, ଜ୍ୟୋତ୍ସାରାଣୀ ପରିଡା, ସାଗରିକା ମିଶ୍ର, ଶୁଭଲକ୍ଷ୍ମୀ ସାହୁ, ଅର୍ଚ୍ଚନା ପୁହାଣ, ଲିପିକା ଦାସ, ତିଳୋତ୍ତମା ଚୌଧୁରୀ, ଉର୍ବଶୀ ମହାପାତ୍ର, ଶ୍ରଦ୍ଧାଞ୍ଜଳୀ ସାହୁ ଓ ଜ୍ୟୋତ୍ସାରାଣୀ ମଣ୍ଡଳ ପ୍ରମୁଖ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking