26.6 C
Bhubaneswar
Wednesday, May 14, 2025
Homeଓଡିଶାଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ

ବଲାଙ୍ଗୀର: ହୁତୁ ହୁତୁ ହୋଇ ଜଳିଲା  ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ଏଭଳି ଘଟଣା  ବଲାଙ୍ଗୀର  ଜିଲ୍ଲା ପାଟଣାଗଡ ପର୍ଶୁରାମ ଛକ ନିକଟରେ ଘଟିଛି । ପୂର୍ୱରୁ  ପର୍ଶୁରାମ ଛକରେ  ମୂର୍ତ୍ତି ସ୍ଥାପନ ନେଇ ବିରୋଧ ହୋଇ ଆସୁଥିଲା ।  ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା  କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ । ସେହି ସ୍ଥାନରେ ପର୍ଶୁରାମ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଜିଦ୍ କରିଥିଲେ । ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜରି ଗୁଡାହୋଇ ରଖାଯାଇଥିଲା । ହେଲେ ଆଜି ସକାଳୁ କେହି ଜଣେ ଦୁବୃତ୍ତ   ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଇଥିବା ଦେଖିଥିବା ମିଳିଛି ।  ଅନ୍ୟପଟେ    ପ୍ରତିମୂର୍ତ୍ତି ଜଳିଯିବା ପରେ  ଏନଏସି ପକ୍ଷରୁ   ତୁରନ୍ତ ଜାଗା ସଫା କରାଯାଉଛି ।  ହେଲେ ଏବେ ପ୍ରଶ୍ନ ଉଠୁଛି   ଘଟଣାରେ କିଏ ସମ୍ପୃକ୍ତି ରହିଛି । ଏଭଳି କାଣ୍ଡ ଭିଆଇବାର କାରଣ କଣ ହୋଇଥାଇପାରେ ।  ଏହାର କିଛି ଠୋସ ପ୍ରମାଣ ମିଳିପାରି ନାହିଁ । ଏନେଇ  ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking