ଯାଜପୁର: ବ୍ୟାସନଗର ସହରରେ ଛଟ ପର୍ବ | ମହାସମାରୋହାରେ ମଙ୍ଗଳବାର ପାଳିତ ହୋଇଯାଇଅଛି | ପୌର ପରିଷଦ ୧୫ ୱାର୍ଡରେ ଥିବା ସୂର୍ଯ୍ୟ ମନ୍ଦିର ପରିସରରେ ଏହି ପର୍ବ ପାଳନ ଧୂମ ଧାମରେ ଅନୁଷ୍ଠିତ ହୋଇଛି | ବ୍ୟାସନଗର ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବସବାସ କରୁଥିବା ବିହାରୀ ସାମ୍ପ୍ରଦାୟର ବାସିନ୍ଦା ମାନେ ପରିବାର ସହ ଖୁସି ଓ ଉଲ୍ଲସର ସହ ଏହି ପର୍ବକୁ ପାଳନ କରିଛନ୍ତି | ବିହାରୀ ସାମ୍ପ୍ରଦାୟର ଉଭୟ ମହିଳା/ପୁରୁଷ ମାନେ ନିଜ ପିଲା ଓ ପରିବାରର ମଙ୍ଗଳ କାମନା କରି ନିଷ୍ଠାର ସହ ସୂର୍ଯ୍ୟ ଭଗବାନଙ୍କର ଉପାସନା କରିଥାଆନ୍ତି | ଏହି ପୂଜା ଓଷା ପୂର୍ବଦିନ ସୂର୍ଯ୍ୟ ଅସ୍ତ ଠାରୁ ପରଦିନ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ପାଳନ କରାଯାଇଥାଏ | ମନ୍ଦିର ନିକଟରେ ଥିବା ଓସ୍ତିଆ ପୁଷ୍କରଣୀ ଜଳରେ ଅର୍ଘ୍ୟ ପ୍ରଦାନ କରାଯାଇ ବିଭିନ୍ନ ଫଳ ନୈବେଦ୍ୟ ଅର୍ପଣ କରାଯଇଥିଲା | ସୂର୍ଯ୍ୟ ମନ୍ଦିର କମିଟିର ସଭାପତି ସୁନୀଲ କୁମାର ଗୁପ୍ତା ଓ ସମ୍ପାଦକ ରାଜୀବ ସିଂ ଓ କୋଷାଧକ୍ଷ ଆଲୋକ ଗୁପ୍ତାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯଇଥିବା କମିଟି ପକ୍ଷରୁ କୁହାଯାଇଛି | ପୌରାଧକ୍ଷ ସୁବାଷ ଚନ୍ଦ୍ର ବଳ ଓ ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ସହ ଅଞ୍ଚଳର ବୋହୁ ବ୍ୟକ୍ତି ଉତ୍ସବରେ ଯୋଗଦେଇଥିଲେ | ପରିଷଦ ପକ୍ଷରୁ ପରିମଳ, ଆଲୋକ, ପାନୀୟ ଜଳ ବ୍ୟବସ୍ଥା କରାଜିଥିବା ବେଳେ ଯାଜପୁରରୋଡ଼ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ବ୍ୟବସ୍ଥା କରାଯଇଥିଲା |










