37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶବିହାର ନିର୍ବାଚନ: ଜିତିଲେ ତେଜସ୍ୱୀ ଯାଦବ

ବିହାର ନିର୍ବାଚନ: ଜିତିଲେ ତେଜସ୍ୱୀ ଯାଦବ

ବିହାର: ବିହାର ବିଧାନସଭା ନିର୍ବାଚନକୁ ନେଇ ଆସିଲା ବଡ ଖବର। ବୈଷ୍ଣବ ଜିଲ୍ଲାର ରାଘୋପୁର ଆସନରୁ ଜିତିଲେ ତେଜସ୍ୱୀ ଯାଦବ  ।  ୧୮ ହଜାର ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ସତୀଶ କୁମାର ରାୟଙ୍କୁ ହରାଇଲେ।ସତୀଶ ଅନେକ ରାଉଣ୍ଡରେ ତେଜସ୍ୱୀଙ୍କୁ ପଛରେ ପକାଇଥିଲେ, କିନ୍ତୁ ଶେଷରେ ତେଜସ୍ୱୀ ତାଙ୍କୁ ପରାସ୍ତ କରିଛନ୍ତିଅନ୍ୟପଟେ, ମୁଜାଫରପୁର ଆସନରୁ ବିଜେପିର ରଞ୍ଜନ କୁମାର ବିଜୟୀ। କଂଗ୍ରେସ ପ୍ରାର୍ଥୀ ବିଜୟନ୍ଦ୍ର ପ୍ରସାଦ ଗୁପ୍ତାଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ରଂଜନ କୁମାର ସିଂ ମୁଜାଫରପୁର ବିଧାନସଭା ଆସନ ଜିତିଛନ୍ତି। ମୁଜାଫରପୁରର ଗାଇଘାଟ ବିଧାନସଭା ଆସନରେ ଜେଡିୟୁ ପ୍ରାର୍ଥୀ କୋମଲ ସିଂହ ବିଜୟୀ ହୋଇଛନ୍ତି। କୁଚାଇକୋଟ ଆସନରୁ ଜେଡିୟୁ ପ୍ରାର୍ଥୀ ଅମରେନ୍ଦ୍ର କୁମାର ପାଣ୍ଡେ ୨୪,୩୬୫ ଭୋଟ ବ୍ୟବଧାନରେ ଜିତିଛନ୍ତି। ନାରକାଟିଆରୁ ଜେଡିୟୁ ପ୍ରାର୍ଥୀ ବିଶାଲ ଶାହ ଆରଜେଡିର ଶାମିମ ଅହମ୍ମଦଙ୍କୁ ୨୬୮୪ ଭୋଟରେ ପରାସ୍ତ କରି ନିର୍ବାଚନରେ ​​ବିଜୟୀ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking