ବିହାର: ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନ ପାଇଁ ଚାଲିଛି । ସଦ୍ୟତମ ସୂଚନା ଅନୁଯାୟୀ, ଏନଡିଏ ବହୁମତ ହାସଲ କରୁଛି । ୨୦୦ମାର୍କ ଅତିକ୍ରମ କରି ଆଗୁଆରେ ଚାଲିଛି ଏନଡିଏ । ବିହାର ନିର୍ବାଚନରେ ୨୦୨୫ରେ, ଏନଡିଏରେ ଅନ୍ତର୍ଭୁକ୍ତ ବିଜେପି ୧୦୧ଟି ଆସନରେ, ଜେଡିୟୁ ୧୦୧ଟି ଆସନରେ, ଚିରାଗ ପାସୱାନଙ୍କ ଦଳ ଏଲଜେପି ୨୯ଟି ଆସନରେ, ଉପେନ୍ଦ୍ର କୁଶୱାହାଙ୍କ ଦଳ ଆରଏଲଏମ ୬ଟି ଆସନରେ ଏବଂ ଜିତନ ରାମ ମାଞ୍ଝିଙ୍କ ଦଳ ଏଚ୍ଏଏମ୍ ମଧ୍ୟ ୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହି ସମୟରେ ସାମ୍ନାକୁ ଆସିଛି ଅପରାହ୍ନ ୧ଟା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ରିପୋର୍ଟ:
ବିଜେପି- ୯୦ ଆସନରେ ଆଗୁଆ
ଜେଡିୟୁ- ୮୦ ଆସନରେ ଆଗୁଆ
ଆରଜେଡି- ୨୯ ଆସନରେ ଆଗୁଆ
ଏଲଜେପି- ୨୦ ଆସନରେ ଆଗୁଆ
କଂଗ୍ରେସ- ୫ ଆସନରେ ଆଗୁଆ
ଏଆଇଏମ୍ଆଇଏମ୍- ୫ ଆସନରେ ଆଗୁଆ
ଏଚ୍ଏଏମ୍- ୪ ଆସନରେ ଆଗୁଆ
ସିପିଆଇଏମ୍ଏଲ- ୪ ଆସନରେ ଆଗୁଆ
ଆରଏଲଏମ- ୪ ଆସନରେ ଆଗୁଆ
ସିପିଆଇଏମ୍- ୧ ଆସନରେ ଆଗୁଆ
ବିଏସପି- ୧ ଆସନରେ ଆଗୁଆ










