20.1 C
Bhubaneswar
Sunday, December 7, 2025
Homeଓଡିଶାବିହାର ନିର୍ବାଚନ: ୧୧ଟା ସୁଦ୍ଧା ୨୩.୭୧% ଭୋଟିଂ

ବିହାର ନିର୍ବାଚନ: ୧୧ଟା ସୁଦ୍ଧା ୨୩.୭୧% ଭୋଟିଂ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ୧୧ଟା ସୁଦ୍ଧା ବିହାରରେ ୨୩.୭୧% ଭୋଟିଂ ହୋଇଛି । ସୂଚନାଥାଉ କି, ସକାଳ ୯ଟା ସୁଦ୍ଧା ୧୩.୧୩ ପ୍ରତିଶତ ଭୋଟିଙ୍ଗ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ କରିବେ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧ କୋଟି ୯୮ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking