ପାଟନା: ବିହାର ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ । ସକାଳ ୯ଟା ସୁଦ୍ଧା ୧୩.୧୩ ପ୍ରତିଶତ ଭୋଟିଙ୍ଗ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ କରିବେ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧ କୋଟି ୯୮ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟ ମତଦାନର ବେଶ ଗୁରୁତ୍ୱ ରହିଛି । କାରଣ ଏହି ପର୍ଯ୍ୟାୟରେ ଯାହା ପଲା ଭାରି ରହିବ, ବିହାର ଜନାଦେଶ ତା ସପକ୍ଷରେ ଯିବ ବୋଲି ସମୀକ୍ଷକ କହୁଛନ୍ତି । ବିହାର ସୀମାନ୍ତ ସମସ୍ତ ରାସ୍ତାକୁ ସିଲ୍ କରାଯାଇ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ସୂଚନାଥାଉ କି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୧ରେ ହେବାକୁ ଯାଉଛି ।










