31.1 C
Bhubaneswar
Monday, March 23, 2026
Homeଦେଶ ବିଦେଶରାଜନୀତିକୁ ନା : ନିଶାନ୍ତ

ରାଜନୀତିକୁ ନା : ନିଶାନ୍ତ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନୀତୀଶଙ୍କ ଏକମାତ୍ର ପୁଅ ନିଶାନ୍ତ କୁମାର ରାଜନୀତିର ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି । ନିକଟରେ ନିଶାନ୍ତ କୁମାରଙ୍କୁ ଯେତେବେଳେ ପାଟଣାର ଏକ ସର୍ବସାଧାରଣ ସ୍ଥାନରେ ଦେଖିବାକୁ ମିଳିଥିଲା ସେତେବେଳେ ତାଙ୍କୁ ସାମ୍ବାଦିକ ମାନେ ଅନେକ ପ୍ରଶ୍ନ ପଚାରିଥିଲେ ଆଉ ଏକଥା ମଧ୍ୟ ପଚାରିଥିଲେ ଆଗାମୀ ଦିନରେ ନିଶାନ୍ତଙ୍କୁ ରାଜନୀତିରେ ଦେଖିବାକୁ ମିଳିବ କି ଆଉ ଏହାର ଉତ୍ତର ଦେ ନିଶାନ୍ତ କହିଥିଲେ ସେ ରାଜନୀତିରେ ଯୋଗଦେବେ କି ନାହିଁ । ସେ ଆଧ୍ୟାତ୍ମିକତା ଉପରେ ବିଶ୍ୱାସ କରନ୍ତି ଏବଂ ସ୍ପିକର କିଣିବା ପାଇଁ ଦୋକାନକୁ ଆସିଛନ୍ତି । ଯାହାଦ୍ୱାରା ସେ ଭଜନଗୁଡ଼ିକୁ ଭଲ ଭାବରେ ଶୁଣିପାରିବେ । ସେ ଆହୁରି କହିଛନ୍ତି, ମୁଁ ଏକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆସିଛି । ମୋବାଇଲରେ ହରେ ରାମ, ହରେ କୃଷ୍ଣଙ୍କ କଥା ଶୁଣିବା ପାଇଁ ମୁଁ ଏକ ସ୍ପିକର କିଣିବାକୁ ଆସିଛି, ଯାହାଫଳରେ ମୁଁ ଏହା ଭଲ ଭାବରେ ଶୁଣିପାରିବି । ଆଉ ପରେ ନିଶାନ୍ତ ତାଙ୍କ ସୁରକ୍ଷାକର୍ମୀଙ୍କୁକହିଥିଲେ – ଆରେ, ଚାଲ ଯିବା । ମୁଁ ଏକ ଆଧ୍ୟାତ୍ମିକ ପଥରେ ଚାଲୁଛି କହି ସେ କାରରେ ବସିଯାଇଥିଲେ। ଯେତେବେଳେ ସାମ୍ବାଦିକ ନିଶାନ୍ତ କୁମାରଙ୍କୁ ପୁଣି ପଚାରିଲେ, ସେ ସ୍ପଷ୍ଟ ଭାବରେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ ଏବଂ କହିଥିଲେ ମୁଁ ବର୍ତ୍ତମାନ ଆଧ୍ୟାତ୍ମିକତାର ପଥରେ ଅଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking