23.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଆପକୁ ବଡ ଝଟକା : ହାରିଲେ କେଜରିୱାଲ

ଆପକୁ ବଡ ଝଟକା : ହାରିଲେ କେଜରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନରେ ଆପକୁ ବଡ ଝଟକା ଲାଗିଛି ।  ନୂଆଦିଲ୍ଲୀ ଆସନରେ ହାରିଲେ କେଜରିୱାଲ । ଆପ ଦଳର ମୁଖିଆ ଦିଲ୍ଲୀ ଆସନରୁ ନିର୍ବାଚନ  ହାରୁଛନ୍ତି , ଯେଉଁ ଆସନରୁ ତିନି ଥର ବିଜୟ ହୋଇଛନ୍ତି ଅରବିନ୍ଦ କେଜରିୱାଲ ।  ସେହି ଆସନରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡୁଛି । ତେବେ ବାଜି ମାରିଛନ୍ତି  ବିଜେପିର ପ୍ରଭେଶ ବର୍ମା ।  ଦିଲ୍ଲୀର ୭୦ ଆସନ ମଧ୍ୟରୁ ୪୮ ଆସନରେ ଆଗରେ ରହିଛି ବିଜେପି । ସେହିପରି ଆପ୍ ୨୨ ସିଟରେ ଆଗରେ   ରହିଛି । ତେବେ ଏବେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ବିଜେପି । ଗତ ୫ ତାରିଖରେ ଦିଲ୍ଲୀରେ ପଡିଥିଲା ଭୋଟ୍, ଆଉ ସନ୍ଧ୍ୟା ୫ଟା ପରେ ଆସିଥିଲା ଏକଜିଟ୍ ପୋଲ୍ ।

 

ହାରିଗଲେ ମନୀଷ ସିସୋଦିଆ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking