ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କରୋନା । ଗତକାଲି ଗୋଟିଏ ଦିନରେ ସାମ୍ନାକୁ ଆସିଛି ୪ ନୂଆ ରୋଗୀ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ନୂଆ ୪ ରୋଗୀଙ୍କୁ ମିଶାଇ ଚଳିତବର୍ଷ ଏଯାଏଁ କୋଭିଡ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୪୯ରେ । ଅପରପକ୍ଷେ ଅନ୍ୟ ୩ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହି ୩ ଜମଙ୍କୁ ମିଶାଇ ସୁସ୍ଥ ଙ୍କ ସଂଖୟା ପହଞ୍ଚିଛି ୧୫ରେ । ଅର୍ଥାତ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ୩୪ । ସେହିଭଳି ଦେଶରେ ଏବେ କୋଭିଡ ରୋଗୀଙ୍କ ସଂଖ୍ୟା ୬ ହଜାର ପାର କରିଛି । ୨୪ ଘଣ୍ଟାରେ ଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଦେଶରେ ୨୪ ଘଣ୍ଟାରେ ୩୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।










