ଭୁବନେଶ୍ୱର: ରାଜ୍ୟକୁ କରୋନା ଭୟ । ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭ ନୂଆ କରୋନା ପଜିଟିଭ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ , କଟକରେ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ ଓ ବାଲେଶ୍ୱରରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ ମାମଲା ୫ହଜାର ୩ଶହ ୬୪କୁ ବୃଦ୍ଧି ହୋଇଛି । ମେ ମାସରୁ ଲଗାତାର ରୋଗୀଙ୍କ ସଂଖ୍ୟା ନିରନ୍ତର ଭାବେ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା , ସମ୍ପୁଣ୍ଣ ଟୀକା ନେବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଗହଳି ସ୍ଥାନକୁ ନଯିବାକୁ, ଗ୍ଲୋଭସ , ମାସ୍କ ପିନ୍ଧିବାକୁ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଖୁବଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର । ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପ୍ରତିଦିନ କିଛି ରୋଗୀ ଚିହ୍ନଟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି ।









