ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ କରୋନା ନିଜର କାୟା ବିସ୍ତାର କରିଚାଲିଛି । ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଲା। ୧୮ ଜଣଙ୍କ ମଧ୍ୟରେ ୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବା ସୂଚନା ମିଳିଛି । ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ବଢୁଥିବା କରୋନା ସହ ନିଜକୁ କରୋନାରୁ ଦୂରରେ ରଖିବା ପାଇଁ ସତର୍କ ରୁହନ୍ତୁ । ମାସ୍କ ପିନ୍ଧନ୍ତୁ, ଗ୍ଲୋଭସ ପିନ୍ଧନ୍ତୁ ଏବଂ ଯେତେଦୂର ସମ୍ଭବ ଗହଳି ସ୍ଥାନକୁ ଯାଆନ୍ତୁନାହିଁ, ଗହଳିପୂର୍ଣ୍ଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରନ୍ତୁ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବୁଧବାର ଭାରତରେ ମୋଟ ସକ୍ରିୟ କୋଭିଡ୍ -୧୯ ମାମଲା ୪,୩୦୨ ରହିଛି ।