13.1 C
Bhubaneswar
Thursday, December 11, 2025
Homeଦେଶ ବିଦେଶଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି; ମଦ୍ରାସା ପାଠ୍ୟକ୍ରମରେ ଏଣିକି ‘ଅପରେସନ ସିନ୍ଦୂର’

ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି; ମଦ୍ରାସା ପାଠ୍ୟକ୍ରମରେ ଏଣିକି ‘ଅପରେସନ ସିନ୍ଦୂର’

ଡେରାଡୁନ୍‌: ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର’କୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା । ଏସବୁ ମଧ୍ୟରେ ଉତ୍ତରାଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟର ମଦ୍ରାସା ପାଠ୍ୟକ୍ରମରେ ଅପରେସନ ସିନ୍ଦୂର’କୁ ସାମିଲ କରାଯିବ । ମଦ୍ରାସାରେ ପଢ଼ୁଥିବା ପିଲାମାନଙ୍କୁ ଭାରତୀୟ ସେନାର ବୀରତା ଏବଂ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ ବିଷୟବସ୍ତୁ ପଢ଼ାଯିବ । କେବଳ ଅପରେସନ୍ ସିନ୍ଦୂର ନୁହେଁ ବରଂ ସେନା ବାହିନୀର ଅନ୍ୟ ଅପରେସନ୍‌ଗୁଡ଼ିକ ସମ୍ପର୍କରେ ମଧ୍ୟ ମଦ୍ରାସା ପିଲାମାନେ ପଢ଼ିବେ ।

ତେବେ ଉତ୍ତରାଖଣ୍ଡରେ ଏବେ ୪୫୧ ପଞ୍ଜୀକୃତ ମଦ୍ରାସା ରହିଥିବା ବେଳେ ବର୍ତ୍ତମାନ ଏଠାରେ ୫୦ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି । ଜାତୀୟତାବାଦ ଏବଂ ସେନାର ଗୌରବକୁ ଶିକ୍ଷା ସହିତ ଯୋଡ଼ିବା ଦିଗରେ ସରକାରଙ୍କର ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ସେନା ଆତଙ୍କବାଦ ବିରୋଧରେ ଅପରେସନ ‘ସିନ୍ଦୂର’ ଆରମ୍ଭ କରିଥିଲା । ଏହି ଅପରେସନ ସମୟରେ ଭାରତୀୟ ସେନା ପାକିସ୍ତାନର ଏକାଧିକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଯାହାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking