ଭୁବନେଶ୍ୱର: ସାରକୁ ନେଇ ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବଡ ବୟାନ ଦେଇଛନ୍ତି । କହିଛନ୍ତି, ସାର ସଙ୍କଟ ପଛରେ ବଡ ଷଡଯନ୍ତ୍ର ରହିଛି । ସରକାର ହିଁ ଷଡଯନ୍ତ୍ର କରିଛନ୍ତି । ଚାଷ କମିଲେ ଯୋଗାଣ ବିଭାଗର ସଙ୍କଟ ଦୂର ହେବ । ଚାଷ କମିଲେ ଅମଳ କମିବ । ଅନ୍ୟପଟେ ସାର ସଙ୍କଟକୁ ନେଇ ଆଜି ବିଜେଡି ରାଜଭବନ ସମ୍ମୁଖରେ ରାଜ୍ୟରେ ସାର ସମସ୍ୟାକୁ ନେଇ ଆଜି ପ୍ରତିବାଦ କରିଛି । ପ୍ରତିବାଦ ପରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେବ ସମସ୍ୟାର ସମାଧାନ ନହେଲେ ଆଗକୁ ଜିଲ୍ଲାପାଳ ଅଫିସ ଏବଂ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ ।










