31.1 C
Bhubaneswar
Friday, March 27, 2026
Homeଓଡିଶାରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ୪୦୭୧ ଆରଆଇ,ଏଆର୍‌ଆଇ, ଅମିନ ପଦବୀ ପୂରଣ

ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ୪୦୭୧ ଆରଆଇ,ଏଆର୍‌ଆଇ, ଅମିନ ପଦବୀ ପୂରଣ

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ଖାଲିଥିବା ୪୦୭୧ ଆରଆଇ,ଏଆର୍‌ଆଇ ଓ ଅମିନ ପଦବୀ ପୂରଣ ହେବ। ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ବିଜେପି ସରକାର ଆସିବାର ଆଠ ମାସ ବିତିଛି। ଏହାରି ସମୟ ଅବଧି ଭିତରେ ବୃଦ୍ଧିି ଘଟିଛି ବାଲି ରାଜସ୍ୱ। ଆଗକୁ ଏହି ରାଜସ୍ୱ ଆଦାୟ ପରିମାଣ ବଢ଼ିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଥିପାଇଁ ଖାଲିଥିବା ପଦବୀ ପୂରଣ କରାଯିବ। ତେବେ ରାଜ୍ୟର ୩୧୭ଟି ତହସିଲରେ ୨୭୧୧ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ରହିଛି ବୋଲି ମତଦେଇ ମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାରେ ମୋଟ୍ ୩୬୬୫ ଆରଆଇ, ୩୧୦୧ ଏଆର୍‌ଆଇ ଓ ୨୭୮୯ ଅମିନ ନିଯୁକ୍ତି ହେବା କଥା। ମାତ୍ର ସାରା ରାଜ୍ୟରେ ଏବେ ମୋଟ୍ ୨୫୬୪ ଆରଆଇ, ୧୫୩୨ ଏଆରଆଇ ଓ ୧୩୮୮ ଅମିନ ଅଛନ୍ତି। କଟକ ଜିଲ୍ଲାରେ ସର୍ବାଧିକ ୮୨ ଆରଆଇ ପଦବି ଖାଲି ପଡ଼ିଥିବାବେଳେ ୧୦୭ ଏଆରଆଇ ଓ ୯୦ଟି ଅମିନ ପଦବି ଖାଲିପଡ଼ିଛି। ଗଞ୍ଜାମ ଜିଲ୍ଲାରେ ୭୩ ଆରଆଇ, ୧୨୩ ଏଆରଆଇ ଓ ୧୪୩ଟି ଅମିନ ପଦବୀ ଖାଲି ପଡ଼ିଥିବା ବେଳେ ବଲାଙ୍ଗୀରରେ ୬୬ ଆର୍‌ଆଇ, ୪୭ ଏଆରଆଇ ଓ ୬୬ଟି ଅମିନ ପଦବୀ ଖାଲି ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking