ଭୁବନେଶ୍ୱର: ତୃତୀୟ ଲିଙ୍ଗୀଙ୍କ ପାଇଁ ବଡ ଘୋଷଣା । ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ । ତୃତୀୟ ଲିଙ୍ଗୀଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା । ତୃତୀୟଲିଙ୍ଗୀ ସୁରକ୍ଷା ଆଇନ କାଯ୍ୟକାରୀ ହେବ । ଆବେଦନ ଫର୍ମରେ ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଲେଖିଲେ ଚିଠି । ସବୁ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।









