21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶନୀତୀଶ ସରକାରଙ୍କ ବଡ଼ ଘୋଷଣା

ନୀତୀଶ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ବିହାରରେ ପୁଞ୍ଜି ନିବେଶକୁ ଗତି ଦେବା ଓ ନିବେଶକଙ୍କ ସୁରକ୍ଷାକୁ ନେଇ ନୀତୀଶ ସରକାର ବଡ଼ ଘୋଷଣା କରିଛନ୍ତି। ସିଆଇଏସ୍ଏଫ୍(ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ଫୋର୍ସ) ଭଳି ଏବେ ବିହାରରେ ଗଠନ ହେବ ବିଆଇଏସ୍ଏଫ୍। ଯାହାର ପ୍ରସ୍ତାବ ଖୁବ୍ ଶୀଘ୍ର ସରକାରଙ୍କୁ ପଠାଇ ଦିଆଯିବ। ଏହାର ସୂଚନା ରାଜ୍ୟର ଉଦ୍ୟୋଗମନ୍ତ୍ରୀ ଡକ୍ଟର ଦିଲ୍ଲୀପ ଜୟସଓ୍ବାଲ ଦେଇଛନ୍ତି। ସେ ରବିବାର ପାଟନାରେ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ନିବେଶକଙ୍କୁ ସୁରକ୍ଷିତ ବାତାବରଣ ଦେବା ଖୁବ୍ ଜରୁରୀ,ଯାହାଫଳରେ ବିନା ଭୟରେ ବିହାରରେ ଉଦ୍ୟୋଗ ଖୋଲିହେବ। ବହୁ ପରିମାଣରେ ଅର୍ଥ ଖର୍ଚ୍ଚ କରି କାରବାର ବଢାଇ ହେବ। ଏହି ସୁରକ୍ଷାକର୍ମୀଙ୍କ କାମ ରହିବ ଔଦଗିକ କ୍ଷେତ୍ରରେ ବଡ଼ କାରଖାନାର ସୁରକ୍ଷା ସୁନିଶ୍ଚିତ କରିବା। ଉଲ୍ଲେଖନୀୟ ଯେ, ବିହାରରେ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଓ ନିବେଶ ସୃଷ୍ଟି କରିବା ସରକାରଙ୍କ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ବିହାରରେ ଆଗାମୀ ୫ ବର୍ଷରେ ୫୦ ଲକ୍ଷ କୋଟି ନିବେଶ ଆଣିବାର ପ୍ରସ୍ତୁତି ଚାଲିଛି। ବିହାରକୁ ଭାରତର ଶୀର୍ଷ ୫ ନିବେଶ ଅନୁକୂଳ ରାଜ୍ୟରେ ମିସାଇବା ପାଇଁ ଉଦ୍ୟୋଗ ବିଭାଗ ଦେଶ-ଦୁନିଆର ପ୍ରମୁଖ ବାଣିଜ୍ୟ କେନ୍ଦ୍ରରେ ନିବେଶ ସମ୍ମିଳନୀର ଆୟୋଜନ କରିବ, ଯାହାଫଳରେ ବଡ଼ ଉଦ୍ୟୋଗକୁ ଆକର୍ଷିତ କରିହେବ।

ଏହାଛଡ଼ା ନିବେଶକଙ୍କୁ ଆକର୍ଷିତ କରିବା ଭଳି ଇଜି ଅଫ୍ ଡୁଇଂ ବିଜନେସ୍କୁ ପ୍ରୋତ୍ସାହନ ଦେବା,ଅତ୍ୟାଧୁନିକ ଫୁଡ୍ ପ୍ରୋସେସିଂ ଓ ଲଜିଷ୍ଟିକ୍ ସୁବିଧା ସହ ୫ ନୂଆ ଫୁଡ୍ ପାର୍କ ସ୍ଥାପିତ କରାଯିବ। ରାଜ୍ୟରେ ୧୦ ଔଦଗିକ ପାର୍କ ଏବଂ ୧୦୦ ସୁକ୍ଷ୍ମ ଲଘୁ ଏବଂ ମଧ୍ୟମ ଉଦ୍ୟମ ପାର୍କକୁ ବିକଶିତ କରିବା। ୭ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷିତ କରିବା ତଥା ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟଗ ନିର୍ଦେଶାଳୟ ସ୍ଥାପନ ଏବଂ ସବୁ ଜିଲ୍ଲାରେ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟଗ କେନ୍ଦ୍ର ସ୍ଥାପିତ କରିବା ଭଳି ଯୋଜନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking