31.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବାଇଡେନ୍‌!

ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବାଇଡେନ୍‌!

ନୂଆଦିଲ୍ଲୀ: ଆମେରିକୀୟ ବିଶେଷଜ୍ଞ କାର୍ଲସନ ବାଇଡେନ ପ୍ରଶାସନ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ବାଇଡେନ ପ୍ରଶାସନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି କାଲର୍ସନ କହିଛନ୍ତି। ସେ ତାଙ୍କର ନୂଆ ପୋଡକାଷ୍ଟରେ ଆମେରିକୀୟ ଲେଖକ ଏବଂ ସାମ୍ବାଦିକ ମ୍ୟାଟ ଟାଏବିଙ୍କ ସହ ଆଲୋଚନା କରିବା ବେଳେ ଏଭଳି ବଡ଼ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ଆମେରିକା ବୈଦେଶିକ ମନ୍ତ୍ରୀ ଟୋନି ବ୍ଲିଙ୍କେନଙ୍କୁ ଏପରି ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ଯୁଦ୍ଧ ପାଇଁ ଚାପ ପକାଉଥିଲେ ଏବଂ ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ। ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚନୀ ଜାଲିଆତିର ମିଥ୍ୟା ଦାବି ପ୍ରସାରଣ କରିବା ପାଇଁ ନେଟୱାର୍କ ଏକ ଆଇନଗତ ମାମଲା ସାମ୍ନା କରିବା ପରେ କାଲର୍ସନଙ୍କୁ ୨୦୨୩ ମସିହାରେ ଫକ୍ସ ନ୍ୟୁଜରୁ ବହିଷ୍କାର କରାଯାଇଥିଲା।

ଏବେ ତାଙ୍କର ଏଭଳି ଚାଞ୍ଚଲ୍ୟକର ଦାବି ପାଇଁ କୌଣସି ଠୋସ ପ୍ରମାଣ ନ ଥିଲେ ହେଁ ତାଙ୍କ ବୟାନ ବିବାଦ ସୃଷ୍ଟି କରିଛି। କାଲର୍ସନଙ୍କ ଅଭିଯୋଗକୁ ନେଇ ବାଇଡେନ୍ ପ୍ରଶାସନ ଏପର୍ଯ୍ୟନ୍ତ ଉତ୍ତର ଦେଇନାହିଁ। କିନ୍ତୁ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ ଏହି ବିଷୟରେ ମତାମତ ଦେଇ କହିଛନ୍ତି ଯେ ରୁଷିଆର ସ୍ୱତନ୍ତ୍ର ସେବା ପୁଟିନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି। ଏଥିସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛି। କାର୍ଲସନଙ୍କର ପୂର୍ବରୁ କ୍ରେମଲିନ୍‌କୁ ସମର୍ଥନ କରିବା ଏବଂ ୟୁକ୍ରେନକୁ ଆମେରିକୀୟ ସାମରିକ ସହାୟତାକୁ ସମାଲୋଚନା କରିବାର ରେକର୍ଡ ଅଛି। ତାଙ୍କର ସାମ୍ପ୍ରତିକ ମନ୍ତବ୍ୟ ନିଆଁରେ ଘିଅ ଢାଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking