22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଅଡୁଆରେ ଆମେରିକାର ରାଷ୍ଟ୍ରପତି ,ବଡମଞ୍ଚରେ ସହଯୋଗୀଙ୍କୁ ଚିହ୍ନି ପାରିଲେନି

ଅଡୁଆରେ ଆମେରିକାର ରାଷ୍ଟ୍ରପତି ,ବଡମଞ୍ଚରେ ସହଯୋଗୀଙ୍କୁ ଚିହ୍ନି ପାରିଲେନି

ଆମେରିକା : ବଡମଞ୍ଚରେ ସହଯୋଗୀଙ୍କୁ ଚିହ୍ନି ପାରିଲେନି ବାଇଡେନ। ଯାହାକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ତେବେ ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ଉଦବୋଧନ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ଏଥିସହିତ ତାଙ୍କ ସହଯୋଗୀ ତଥା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟ୍ରମ୍ପ ବୋଲି କହିଥିଲେ । ଟ୍ରମ୍ପ ହେଉଛନ୍ତି ରିପବ୍ଲିକିଆନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ । ବାଇଡେନ୍ ଏବେ ଏହିପରି ଭାବେ ଲୋକ ଚିହ୍ନି ପାରୁନଥିବାରୁ ଚାଲିଛି ଚର୍ଚ୍ଚା । ତେବେ ନିର୍ବାଚନ ବେଳେ ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟାବସ୍ଥା ଆମେରିକା ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କିନ୍ତୁ ଏପରି ରିପୋର୍ଟକୁ ଖାରଜ କରାଯାଉଛି । ତେଣୁ ଉପରାଷ୍ଟ୍ରପତି କମଲା ହାରିସ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ବାଇଡେନ ନିଜକୁ ପ୍ରେସିଡେଂଟ କ୍ୟାଣ୍ଡିଡେଟ୍ ବା ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି । ରୁଷ୍ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ସହାୟତାକୁ ସୁଦୃଢ଼ କରିବା ପାଇଁ ଏକ ନୂତନ ପଦକ୍ଷେପ ‘ୟୁକ୍ରେନ୍ କମ୍ପ୍ୟାକ୍ଟ’ ଘୋଷଣା ପାଇଁ ୩୨ ଜଣ ସହଯୋଗୀ ଏବଂ ବିଦେଶୀ ନେତାଙ୍କ ସହ ମିଶି ବାଇଡେନ୍ ଜେଲନସ୍କିଙ୍କୁ ପୁଟିନ୍ ବୋଲି କହିଥିଲେ । ଏବେ ଯେଉଁଭଳି ବାଇଡେନ ଲୋକ ଚିହ୍ନି ପାରୁନାହାନ୍ତି ବାଉଳି ହେଉଛନ୍ତି ତାହା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking