ନୂଆଦିଲ୍ଲୀ: ସାଇକେଲକୁ ଧକ୍କା ଦେଲା କାର । ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଜୟପୁର ବିଦ୍ୟାଧର ନଗରରେ ଘଟିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଗୋଟିଏ ସାଇକେଲରେ ତିନି ଜଣ ଯାଉଥିଲେ । ହଠାତ ଦ୍ରୁତଗାମୀରେ ପଛପଟୁ ଏକ କାର ଆସି ସାଇକେଲକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଧକ୍କା ଏତେ ଜୋର ଥିଲା ଖଣ୍ଡ ବିଖଣ୍ଡିତ ହୋଇ ଚାରିଆଡେ ଛିଟକି ହୋଇ ପଡିଥିଲେ । ସେଠାରେ ସ୍ଥାନୀୟ ଲୋକମାନେ ପହଞ୍ଚିଲା ବେଳକୁ ସବୁକିଛି ସରିଯାଇଥିଲା । ସେଠାରେ ଉତ୍ତେଜନା ଦେଖାଦେଇଥିଲା ।ଡ୍ରାଇଭର ଘଟଣାସ୍ଥଳରୁ ପଳାଇଗଲେ, ଦୁର୍ଘଟଣାଗ୍ରସ୍ତ କାରଟିକୁ ଛାଡି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଲା ଏବଂ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କଲେ। କର୍ତ୍ତୃପକ୍ଷମାନେ ପଳାତକଙ୍କୁ ଖୋଜିବା ପାଇଁ ବିଦ୍ୟାଧର ନଗର ରାସ୍ତାରୁ ସିସିଟିଭି ଫୁଟେଜ୍ ସମୀକ୍ଷା କରି ଏକ ତଲାସ ଆରମ୍ଭ କରିଛନ୍ତି।










