ଭୁବନେଶ୍ୱର: ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାକୁ ସମର୍ଥନ କଲେ ଭୂପିନ୍ଦର ସିଂ । ସମର୍ଥନ କରି ଭୂପିନ୍ଦର କହିଛନ୍ତି ଯେ ଗତ ନିର୍ବାଚନ ସମୟରେ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଦେଖିବାକୁ ମିଳିଲାନାହିଁ । ଚଳିତ ବର୍ଷର ନୂଆପଡା ଉପନିର୍ବାଚନରେ ସମାନ କଥା ଦେଖିବାକୁ ମିଳିଥିଲା । ବିଜୁ ପଟ୍ଟନାୟକଙ୍କୁ ହଟାଯିବ ପରଠୁ ବିଜେଡିର ପରାଜୟ ଆରମ୍ଭ ହୋଇଛି । ବିଜୁଙ୍କୁ ଛାଡି ବିଜେଡିର ପରିକଳ୍ପନା ସମ୍ଭବ ନୁହେଁ । ନୂଆପଡା ପ୍ରାର୍ଥୀ ଚୟନ ସମୟରେ କାହାର ମତାମତ ନିଆଗଲାନାହିଁ । ଏବେ ଉତ୍ତରାଧିକାରୀ କିଛି ଆବଶ୍ୟକ ନାହିଁ । ନବୀନ ପଟ୍ଟନାୟକ ଦଳର ନେତୃତ୍ୱ ନିଅନ୍ତୁ, ସେ ସବୁ କିଛି ବୁଝନ୍ତୁ । ସୂଚନାଥାଉକି, ବିଜେଡିର ପଦ ଛାଡିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି । ଇସ୍ତଫା ଦେବା ପୂର୍ବରୁ ଅନେକ ସମୟରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ମଧ୍ୟ ପରିପ୍ରକାଶ କରିଥିଲେ ।









