ଝାରସୁଗୁଡ଼ା: ବିବାହ ଶୋଭାଯାତ୍ରାରେ ଭୁଜାଲି ମାଡ଼ । ବିବାହ ଶୋଭାଯାତ୍ରାରେ ବାଣ ଫୁଟାକୁ ନେଇ ତୁମୁଳ କାଣ୍ଡ । ଝାରସୁଗୁଡ଼ା ଲଇକେରା ଥାନା ଐତାପାଲିରେ ଅଭାବନୀୟ ଘଟଣା । ଐତାପାଲି ନାଗ୍ରୁପତ୍ରା ଠାରେ ଗତ ରାତିରେ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ଚାରି ଜଣ ଆହତ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।










