ଭୁବନେଶ୍ୱର: ଭୁବନେଶ୍ୱର ଟିପିସିଓଡିଏଲ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ । ସ୍ମାର୍ଟ ମିଟର ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଟିପିସିଓଡିଏଲ ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବା ବେଳେ ଗେଟରେ ତାଲା ପକାଇଛନ୍ତି କର୍ତ୍ତୃପକ୍ଷ । ଫଳରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଲୋକଙ୍କ ଠାରୁ ଜୁଲୁନ କରି ଅତିରିକ୍ତ ସୁରକ୍ଷା ଜମା ନିଆଯାଉଛି । ଟାଟା କମ୍ପାନୀ ସହିତ ସରକାର ମଧୁ ଚନ୍ଦ୍ରିକା କରି ସ୍ମାର୍ଟ ମିଟର ଲଗାଇବା ପାଇଁ ବାଧ୍ୟ କରୁଛନ୍ତି । ଏଥୁରୁ ସରକାର ଏବଂ ଟାଟା କମ୍ପାନୀ ନିବୃତ୍ତ ନହେଲେ ଗାଁଗାଁରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଶୁଣାଇଛନ୍ତି ଭକ୍ତ ଦାସ ।










