32.1 C
Bhubaneswar
Tuesday, February 17, 2026
Homeଓଡିଶାଘନ କୁହୁଡି ବଳୟରେ ଭୁବନେଶ୍ୱର: ଯାତାୟତ ବାଧାପ୍ରାପ୍ତ

ଘନ କୁହୁଡି ବଳୟରେ ଭୁବନେଶ୍ୱର: ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜ୍ୟରେ ଘନ କୁହୁଡି ଦେଖାଦେଇଛି । ରାତିରେ ଥଣ୍ଡା ସାଙ୍ଗକୁ ଭୋର ସମୟରେ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ । ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମ ରହିଛି । ଏଥିପାଇଁ ଥଣ୍ଡା ଜାରି ରହିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ଦେଖିବାକୁ ମିଳିଛି । ୫୦ ମିଟର ଯାଏଁ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ନଥିବାରୁ ଗାଡି ଚଳାଚଳରେ ବାଧା ଉପୁଜିଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି । ପଶ୍ଚିମ ଓଡିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ , ଝାରସୁଗୁଡାରେ ୧୩, ନବରଙ୍ଗପୁର, କୋରାପୁଟ , ମାଲକାନଗିରି, ସୁନ୍ଦରଗଡ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ । କିନ୍ତୁ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking