ଭୁବନେଶ୍ୱର: ଭୁବନେଶ୍ୱର ଆର ଏଣ୍ଡ ବି ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଫ୍ଲାଟ ସଉକ । ଭିଜିଲାନ୍ସ ରେଡ ପରେ ସାମ୍ନାକୁ ଆସିଲା ସହକାରୀ ଯନ୍ତ୍ରୀଙ୍କ ଫ୍ଲାଟ ପ୍ରେମ । ଜଟଣୀ, ଭୁବନେଶ୍ୱର, ଫୁଲ ନଖରାରେ ରହିଛି ୭ଟି ଫ୍ଲାଟ । ଡିଏଲଏପ ସାଇବର ସିଟିରେ ଯନ୍ତ୍ରୀଙ୍କର ଦୋକାନ ଘର ମଧ୍ୟ ରହିଛି । ଉତ୍କଳ କନିକା ଗ୍ୟାଲେରିଆରେ ୨ଟି ଘର, ଡୁମୁଡୁମାରେ ଅଛି ୪ ମହଲା ବିଲ୍ଡିଂ । ଭୁବନେଶ୍ୱରରେ ୭ ଓ ପୁରୀରେ ଗୋଟିଏ ଦାମୀ ପ୍ଲଟ ଠାବ ହୋଇଛି । ୩୮ ଲକ୍ଷର ବ୍ୟାଙ୍କ ଜମା, ୧୨୫ ଗ୍ରାମର ସୁନା ଗହଣା ଠାବ ହୋଇଛି । ଗତକାଲି ଭିଜିଲାନ୍ସକୁ ଦେଖି ଘରୁ ବାହାରୁ ତାଲା ମାରି ଭିତରେ ରହିଯାଇଥିଲେ । ମୋବାଇଲ ସୁଇଚ ଅଫ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରୁନଥିଲା । ଆଉ ଯେତେବେଳେ ଭିଜିଲାନ୍ସ ସିଲ କରିବାକୁ ବାହାରିଲା ଅକଲ ଗୁଡୁମ ହୋଇଥିଲା । ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା । ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗିଦେଇଥିଲେ , ଝରକାରେ ବ୍ୟାଗ ଲାଗି ରହିବାରୁ ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା । ବ୍ୟାଗରୁ ଏକ ଲକ୍ଷ ଟଙ୍କା , ସୁନା , ରୂପା , ଆଇଫୋନ ମିଳଥିଲା ।










