24.1 C
Bhubaneswar
Monday, February 9, 2026
Homeଓଡିଶାଭୁବନେଶ୍ଵରରେ କୋହଲାପାଗ, ବର୍ଷା ଆରମ୍ଭ

ଭୁବନେଶ୍ଵରରେ କୋହଲାପାଗ, ବର୍ଷା ଆରମ୍ଭ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ରାଜଧାନୀ ଭୁବନେଶ୍ଵରରେ ଗୁରୁବାର ସକାଳୁ କୋହଲା ପାଗ ଲାଗି ରହିଛି। ବୁଧବାର ରାତିରେ ପାଗ ଭଲ ଥିବାବେଳେ ଗୁରୁବାର ଭୋର ସମୟରୁ ହଠାତ ପାଗ ପରିବର୍ତ୍ତନ ହୋଇଯାଇଛି। ଭୋରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଥିବାବେଳେ ରାସ୍ତାଘାଟରେ ଯାନବାହନ ଚଳାଚଳ ଏକପ୍ରକାର କମ ଦେଖିବାକୁ ମିଳିଛି।

୨୪ ତାରିଖ ବିଳମ୍ବିତ ରାତିରୁ ୨୫ ତାରିଖ ଭୋର ସୁଦ୍ଧା ବାତ୍ୟା ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ସକାଳ ୮ଟା ସୁଦ୍ଧା ବାତ୍ୟା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାଠାରୁ ୩୦୦ କିମି ଦୂରରେ ରହିଥିଲା। ଧୀରେ ଧୀରେ ଏହା ସ୍ଥଳଭାଗ ମୁହାଁ ହେଉଛି।

ବାତ୍ୟା ପ୍ରଭାବରେ ବୁଧବାର ଅପରାହ୍ନରୁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ଏହିସବୁ ଜିଲାଗୁଡ଼ିକରେ ବର୍ଷା ପରିମାଣ ବଢ଼ିଥିବାବେଳେ ପାର୍ଶ୍ବବର୍ତ୍ତୀ ଜିଲା ଯେପରିକି ପୁରୀ, ଖୋର୍ଦ୍ଧା ଏବଂ କଟକରେ ବର୍ଷା ଆରମ୍ଭ ହୋଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲାରେ ପବନର ବେଗ ଘଣ୍ଟାପ୍ରତି ୯୦ କିମିରୁ ୧୧୦ କିମି ରହିବ। ସ୍ଥଳ ବିଶେଷରେ ୧୨୦ କିମି ଛୁଇଁପାରେ। ସେହିପରି ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲାରେ ପବନ ଘଣ୍ଟାପ୍ରତି ୬୦ରୁ ୮୦ ବେଗରେ ବହିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking