24.1 C
Bhubaneswar
Thursday, March 12, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ, ଟାଙ୍ଗି ଅଂଚଳକୁ NAC ମାନ୍ୟତା ଘୋଷଣା କରିବା, ଭୁବନେଶ୍ୱର ଠାରେ National Gallery of Modern Art ର ନିର୍ମାଣ ଆରମ୍ଭ ହେବା ସୂଚନା ଓ ସହର ଉପକଣ୍ଠରେ modern fish market ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ବୈଠକରେ, ନୟାପଲ୍ଲୀ ଅଂଚଳରେ ଏକ କମ୍ୟୁନିଟି ପାର୍କ ନିର୍ମାଣ , ବେଗୁନିଆ-ବୋଲଗଡ ଅଂଚଳକୁ NAC ଘୋଷଣା, କଳିଙ୍ଗ ଷ୍ଟାଡିଅମ ନିକଟରେ ଥିବା ବିଶ୍ୱକର୍ମା ସମିତିର ଜମି ଅଧିଗ୍ରହଣ ଦାବୀ, ଖୋର୍ଦ୍ଧା ବସ ଷ୍ଟାଣ୍ଡର ଉନ୍ନତିକରଣ , ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ କଲେଜ ଠାରେ ନୂତନ ହଲ ନିର୍ମାଣ ତଥା ଶୁଭଉଦ୍‌ଘାଟନ ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକରୁ ଜଣା ଯାଇଛି ଯେ, ମୁଖ୍ୟମନ୍ତ୍ରୀ ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଏବଂ ପ୍ରଶାସନିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ, ଅଧିକ ସଂଯୁକ୍ତ ପ୍ରୟାସ ଦ୍ୱାରା ଭୁବନେଶ୍ୱର ଏବଂ ଏହାର ସୀମାନ୍ତରେ ଥିବା ଅଞ୍ଚଳଗୁଡିକୁ ଏକ ଆଧୁନିକ ଓ ସମୃଦ୍ଧ ମଡେଲ୍ କ୍ଷେତ୍ରରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଖୋର୍ଦ୍ଧା ବିଧ୍ୟାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking