26.1 C
Bhubaneswar
Tuesday, March 17, 2026
Homeଓଡିଶାଜଣ୍ଡିସ ଆକ୍ରାନ୍ତ ପାଇଁ ସମ୍ବଲପୁରରେ ସ୍ଥିତିର ଅନୁଧ୍ୟାନ କଲେ ଭୁବନେଶ୍ବରର ସ୍ବାସ୍ଥ୍ୟ ଟିମ୍

ଜଣ୍ଡିସ ଆକ୍ରାନ୍ତ ପାଇଁ ସମ୍ବଲପୁରରେ ସ୍ଥିତିର ଅନୁଧ୍ୟାନ କଲେ ଭୁବନେଶ୍ବରର ସ୍ବାସ୍ଥ୍ୟ ଟିମ୍

ସମ୍ବଲପୁର: ଜଣ୍ଡିସ ଆକ୍ରାନ୍ତ ପାଇଁ ସମ୍ବଲପୁରରେ ସ୍ଥିତିର ଅନୁଧ୍ୟାନ କଲେ ଭୁବନେଶ୍ବରର ସ୍ବାସ୍ଥ୍ୟ ଟିମ୍ । ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାକୁ ଆଖି ଆଗରେ ରଖି ଭୁବନେଶ୍ବରରୁ ଏକ ସ୍ବାସ୍ଥ୍ୟ ଟିମ୍ ଆଜି ସକାଳେ ସମ୍ବଲପୁରରେ ପହଞ୍ଚିଛନ୍ତି। ଏହି ଟିମ୍ ବିଭିନ୍ନ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଏହାପରେ ଏହି ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଏବେ ସୁଦ୍ଧା ସମ୍ବଲପୁର ମହାନଗରରେ ୮୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗୁପଚୁପ, ଦହିବରା ଓ ଚୁସକି ଖାଇବା ଯୋଗୁଁ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ପିଏଚଡି ପାଣି ସନ୍ଦେହ ଘେରକୁ ଆସିଥିଲ । ଏବେ ମଧ୍ୟ ପିଏଚଡି ପାଣିକୁ ନେଇ ଆଶଙ୍କା ପ୍ରକାଶ କରାଯାଉଛି। ଏବେ ସ୍ୱାସ୍ଥ୍ୟ ଅଧିକାରୀ ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରୁଛନ୍ତି। ୪ ଦିନ ଭିତରେ ବେଆଇନ ପାଇପ୍ ଲାଇନ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking