28.1 C
Bhubaneswar
Friday, February 27, 2026
Homeଓଡିଶାକେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୂରୀଙ୍କ ଇସ୍ତଫା ଦାବୀନେଇ ବିକ୍ଷୋଭ ଓ ଏତଲା ଦାୟର କଲା ଭୁବନେଶ୍ୱର...

କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୂରୀଙ୍କ ଇସ୍ତଫା ଦାବୀନେଇ ବିକ୍ଷୋଭ ଓ ଏତଲା ଦାୟର କଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର: ଲୋକସଭାରେ ବିରୋଧି ଦଳ ନେତା ତଥା ତଥା କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧି ଦେଶର ଗୌରବ ବୃଦ୍ଧି ପାଇଁ ସଦାସର୍ବଦା ଚେଷ୍ଟିତ ଥିବାବେଳେ ଅସହିଷ୍ଣୁ ଶାସକ ଦଳ ବିଜେପି ପକ୍ଷରୁ ବାରମ୍ବାର ତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଉଛି। ଭାରତୀୟ ସଂସଦୀୟ ଶାସନ ବ୍ୟବସ୍ଥାର ସମସ୍ତ ବିଧିବ୍ୟବସ୍ଥା ଓ ଶାଳୀନତାର ସ୍ପଷ୍ଟ ଉଲ୍ଲଂଘନ କରି ଖୋଦ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ କିରଣ ରିଜିଜୁ କଂଗ୍ରେସ ନେତା ଶ୍ରୀ ଗାନ୍ଧିଙ୍କ ପ୍ରତି କହିଥିବା ଅପଶବ୍ଦ ‘ଦେଶର ସୁରକ୍ଷା ପ୍ରତି ବିପଦ’ ବୋଲି ଆଖ୍ୟାଦେବା ଅତ୍ୟନ୍ତ ନିନ୍ଦନୀୟ। ବିବାଦୀୟ ଏପ୍‌ଷ୍ଟିନ୍ ଫାଇଲ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୂରିଙ୍କ ନାମ ଉଲ୍ଲେଖ ହେବା ପ୍ରଘଟ ହେବା ଏବଂ ନିର୍ବାଚନରୁ ଶ୍ରୀ ଗାନ୍ଧୀଙ୍କୁ ଦୂରେଇ ରଖିବା ପାଇଁ କହିଥିବା ସାଂସଦ ନିଶିକାନ୍ତ ଦୁବେଙ୍କ ଗିରଫ ଦାବିରେ ଅଖିଲ ଭାରତ କଂଗ୍ରେସ କମିଟି ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସ୍ଥାନୀୟ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ  ନେତୃତ୍ୱରେ ଉପରୋକ୍ତ ୩ ନେତାଙ୍କ ବହିସ୍କାର ଓ ଗିରଫ ଦାବିରେ ଏକ ଏଫଆଇଆର ଡିସିପିଙ୍କୁ ପ୍ରଦାନ କରାଯାଇଛି । କଂଗ୍ରେସ ଦଳର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ପ୍ରଶନ୍ତ ଚମ୍ପତ୍ତି, ଅଶୋକ ଦାସ, ସୁବ୍ରତ ମହାପାତ୍ର, କୈଳାସ ସାହୁ, ମିହିର ଆଚାର୍ଯ୍ୟ, ହିମାଶୁଂ ଲେଙ୍କା, ମୋହନ ଜେନା, ଜୟକୃଷ୍ଣ ମଲ୍ଲିଆ, ରଜନୀ ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ସିଂ, ଗିତାଞ୍ଜଳି ମହାନ୍ତି, ଶ୍ରେୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ସୂର୍ଯ୍ୟକାନ୍ତ ଜେନା, ସୁନିତା ବିଶ୍ୱାଳ, ହଳଧର ସେଠୀ, ଜୟସ୍ମିତା ମହାନ୍ତି, ପ୍ରାଚୀ ରାଉତରାୟ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ଜେନା, ଆଲୋକ ମହାନ୍ତି, ଜାନକୀ ମଲ୍ଲିକ, ଆତ୍ମାରାମ ପତି, ରାଜକିଶୋର ବାରିକ, ମିତ୍ରଭାନୁ ମହାପାତ୍ର, ତାପସ ସେଠୀ, ଦେବରାଜ ମିଶ୍ର, ତରୁଣ ମିଶ୍ର, ଲୋକନାଥ ଦାସ, ଦେଓ ପ୍ରସାଦ, ବିନୋଦ ପାଣି, ଏମଡି ସାହାଦୁଲ୍ଲା, ଦେବି ତ୍ରିପାଠୀ, ରଞ୍ଜନ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking