17.1 C
Bhubaneswar
Wednesday, February 11, 2026
Homeଓଡିଶାଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇବର ଥାନାରେ ଏତଲା

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସାଇବର ଥାନାରେ ଏତଲା

ଭୂବନେଶ୍ବର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଊପନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟରେ ଲାଗିଥିବା ବେଳେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନୂଆପଡାରେ୍ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି।ଏଭଳି ସମୟରେ କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝିଙ୍କ ବିଜୟ ସମ୍ଭାବନା ଦେଖି କିଛି ସାମାଜିକ ଗଣମାଧ୍ୟମ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସ ଦଳକୁ ବଦନାମ କରିଚାଲିଛନ୍ତି। ନିର୍ଦ୍ଧିଷ୍ଟ ଏକ ୟୁଟ୍ୟୁବ ଚ୍ୟାନେଲର ମାଲିକ ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନାମ ବିନା କୌଣସି ପ୍ରମାଣ ଓ ତଥ୍ୟ ଆଧାରରେ ଯେଭଳି ଚିତ୍ରଣ କରୁଛନ୍ତି ଏବଂ ତାଙ୍କ ନାମରେ ବିଭିନ୍ନ ମନଗଢା ବିଷୟ ତିଆରି କରି ବଦନାମ କରାଯାଊଛି।ଊକ୍ତ ୟୁଟ୍ୟୁବ୍ ଚ୍ୟାନେଲର ସଂପାଦକ କିଛି ଦିନ ଆଗରୁ ଆସାମାଜିକ ବ୍ୟକ୍ତିଙ୍କ ଭିଡକୁ କଂଗ୍ରେସ ଭବନ ଆଗରେ ଧାରଣ ଦେଇ ଗଣ୍ଡଗୋଳ କରିବାକୁ ଊସୁକାଇଥିଲେ। ତାହା ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଭିଏସଏସ ନଗର ସ୍ଥିତ ସାଇବର ପୋଲିସ ଥାନା ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ସାଇବର ସେଲ ଅଧିକାରୀଙ୍କୁ ସବିଶେଷ ତଥ୍ୟ ଓ ପ୍ରମାଣ ଊପସ୍ଥାପନ କରିଥିଲେ।

ଦାବି ପତ୍ରରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ବିରୋଧରେ ବିନା ପ୍ରମାଣ,ତଥ୍ୟ ଆଧାରରେ ସମ୍ମାନହାନି କରିଥିବା ଊକ୍ତ ତଥାକଥିତ ଗଣ ମାଧ୍ୟମ ଊପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ଏଥି ସହିତ କିଛି ଅସାମାଜିକ ବ୍ୟକ୍ତିତ୍ବ କଂଗ୍ରେସ ବିରୋଧରେ କରୁଥିବା ଅପପ୍ରଚାର ଊପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା। ଯଦି ସଂପୃକ୍ତଙ୍କ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ। ଉକ୍ତ ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ଅଶୋକ ଦାଶ, ଗୀତାଞ୍ଜଳି ମହାନ୍ତି, ପ୍ରଶାନ୍ତ ଚମ୍ପତି , ଅଭିଳାଷ ମାଣିଆ, ଜୟକୃଷ୍ଣ ସୁବୁଦ୍ଧି, ବ୍ରହ୍ମାନନ୍ଦ ସାହୁ, ଜୟକୃଷ୍ଣ ମଲିଆ, ଆଲୋକ ମହାନ୍ତି, ତରୁଣ ମିଶ୍ର, ହିମାଂଶୁ ଲେଙ୍କା, ପ୍ରାଚୀ ରାଉତରାୟ, ମୋହନ ଜେନା, ସୂର୍ଯ୍ୟକାନ୍ତ ଜେନା, ଅକ୍ଷୟ ଦାସ, ପ୍ରଶାନ୍ତ ସେନାପତି, ଅଭିଳାଷ ନନ୍ଦ, ଲୁଲୁ ଅହମ୍ମଦ, ମିହିର ଆଚାର୍ଯ୍ୟ, ଉମେଶ ସ୍ୱାଇଁ, ଦେଓ ପ୍ରସାଦ ପ୍ରମୁଖ ଊପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking