ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ ଖୁବ୍ଶୀଘ୍ର ହେବା ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମେମୋହନ ନାଇଡୁ ସୂଚନା ଦେଇଛନ୍ତି। ସୂଚନା ଦେଇ କହିଛନ୍ତି ଯେ ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି । ଏବେ ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମାଣ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ୩୫୦ ନୂଆ ଏୟାରପୋର୍ଟ ଯୋଜନା । ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ଲକ୍ଷ୍ୟ ରହିଛି । ରାଜ୍ୟ ସରକାର କେବେ କାମ ଆଗକୁ ବଢାଉଛନ୍ତି ତାକୁ ହିଁ ଅପେକ୍ଷା ରହିଲା । ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ବିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।










