19.1 C
Bhubaneswar
Friday, January 10, 2025
Homeଓଡିଶାପହଣ୍ଡି ଅଘଟଣକୁ ନେଇ ବଡ ବୟାନ ଦେଲେ ଭର୍ତ୍ତୃହରି; ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ଜରୁରୀ

ପହଣ୍ଡି ଅଘଟଣକୁ ନେଇ ବଡ ବୟାନ ଦେଲେ ଭର୍ତ୍ତୃହରି; ତଦନ୍ତ ନୁହେଁ କାର୍ଯ୍ୟାନୁଷ୍ଠାନ ଜରୁରୀ

ଭୁବନେଶ୍ୱର: ଆଡପ ବିଜେ ପହଣ୍ଡି ବେଳେ ବଡ ଠାକୁର ବଳଭଦ୍ର ପଡିଯିବା ଘଟଣାରେ ବଡ ବୟାନ ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ବଡଠାକୁର ଗଳିପଡିବା ବଡ ଦୁଃଖଦାୟକ ବୋଲି କହିଛନ୍ତି ଭର୍ତ୍ତୃହରି । ଘଟଣାରେ ଖାଲି ତଦନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହି ଏତେ ମାତ୍ରାରେ ଲୋକ କ’ଣ ପାଇଁ ରଥରେ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି । ତେବେ ଘଟଣାଟି ହାଲୁକା ନୁହେଁ କହିଛନ୍ତି କଟକ ସାଂସଦ ।

ତେବେ ପହଣ୍ଡି ଅଘଟକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ମହାପ୍ରଭୁ ଓଡିଆ ଜାତିର ମୁରବୀ, ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ । ପହଣ୍ଡି ବେଳେ ଅଘଟଣ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ଆଉ ଏମିତି ଏକ ସ୍ପର୍ଶକାତର ମାମଲାରେ ମନ୍ତ୍ରୀଙ୍କ ହାଲୁକା ମନ୍ତବ୍ୟ ଭକ୍ତଙ୍କୁ ଆଘାତ ଦେଇଛି । ତେଣୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ନବୀନ ।

ସେପଟେ ପୁରୀରେ ଘଟିଥିବା ଅଘଟଣ ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିବା ସହ ପୀଡା ଦେଇଛି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସାମ୍ବାଦିକ ସମିଳନୀରେ ପ୍ରସାଦ କହିଛନ୍ତି ଏଭଳି ପାପ ପାଇଁ ସାରା ଓଡିଶା ପଶ୍ଚାତାପ କରିବାର ଆବଶ୍ୟକତା ରହିଛି । ତେଣୁ ଶ୍ରୀଜିଉ ଶ୍ରୀମନ୍ଦିରକୁ ବାହୁଡ଼ିବା ପୂର୍ବରୁ ଅର୍ଥାତ ୧୪ ତାରିଖରେ ଆମେ ସମସ୍ତେ ଗୋଟିଏ ଓଳି ଉପବାସ କରିବା । ଏନେଇ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ବିଚାର କରିବାକୁ ମୁଁ ଅନୁରୋଧ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking