17.1 C
Bhubaneswar
Friday, February 13, 2026
Homeଓଡିଶାଭରତପୁର ଥାନା ବିବାଦ : ଆଜିଠୁ ଗ୍ରହଣ କରାଯିବ ସତ୍ୟପାଠ

ଭରତପୁର ଥାନା ବିବାଦ : ଆଜିଠୁ ଗ୍ରହଣ କରାଯିବ ସତ୍ୟପାଠ

ଭୁବନେଶ୍ୱର : ଭରତପୁର ଥାନା ମାମଲାରେ ତଦନ୍ତ ଓ ଆନୁଷଙ୍ଗିକ ବିଷୟରେ ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଆୟୋଗଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସେମାନେ ସତ୍ୟପାଠ ଆକାରରେ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏଥିପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି ଆୟୋଗ।
ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ଏହି ମାମଲାର ତଦନ୍ତ କରୁଛନ୍ତି। ଯେକୌଣସି ବ୍ୟକ୍ତି, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି, ଯିଏ ବି ଏହି ମାମଲା ସମ୍ପର୍କରେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ଅବଗତ ଅଛନ୍ତି, ସେମାନେ ସତ୍ୟପାଠ ଦାଖଲ କରିପାରିବେ। ସେହିପରି ସଚେତନ ନାଗରିକ, ପୂର୍ବତନ ପୁଲିସ ଅଧିକାରୀ, ଆଇନଜୀବୀ ପ୍ରମୁଖ କିଭଳି ଏଭଳି ଘଟଣାର ଆଗକୁ ପୁନରାବୃତ୍ତି ନହେବ ଏବଂ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିହେବ ସେନେଇ ସତ୍ୟପାଠ ଜରିଆରେ ମତାମତ ଦେଇପାରିବେ।
ଆଜିଠୁ ୨୧ ଦିନ ପର୍ୟ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଆୟୋଗଙ୍କ କାର୍ୟ୍ୟାଳୟ ଫୋନ୍ ନମ୍ୱରରେ ଯୋଗାଯୋଗ କରିହେବ। ସେହିପରି ସତ୍ୟପାଠ ଦ୍ୱାରା ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ଅଫିସ କାର୍ୟ୍ୟ ଦିବସ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଖୋଲା ରହିବ ବୋଲିବିଜ୍ଞପ୍ତିରେ ଦର୍ଶାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking