27.1 C
Bhubaneswar
Saturday, September 28, 2024
Homeଓଡିଶାଭରତପୁର ଥାନା ମାମଲା;  ନିଲମ୍ବିତ ଆଇଆଇସିଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ

ଭରତପୁର ଥାନା ମାମଲା;  ନିଲମ୍ବିତ ଆଇଆଇସିଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ୱର:  ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍ ଟେଷ୍ଟ ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଏନେଇ ଆଜି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ପଲିଗ୍ରାଫ୍ ସହିତ ଶ୍ରୀ ମିଶ୍ରଙ୍କର ନାର୍କୋ ଆନାଲିସିସ୍ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟକୁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି ଅଦାଲତ । ଏହିସବୁ ଟେଷ୍ଟ ପାଇଁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଶ୍ରୀ ମିଶ୍ରଙ୍କୁ ଗୁଜରାଟ ଗାନ୍ଧିନଗରକୁ ନେବ । ସେଠାରେ ଏହି ପରୀକ୍ଷା କରାଯିବ । ସୂଚନାଯୋଗ୍ୟ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଥିଲାବେଳେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ କରିବାଲାଗି ନିଲମ୍ବିତ ଆଇଆଇସିଙ୍କ ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା । ପୂର୍ବରୁ ଶ୍ରୀ ମିଶ୍ର ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଗଣମାଧ୍ୟମ ସମ୍ମୁଖରେ ସମସ୍ତ ପ୍ରକାର ପରୀକ୍ଷାର ସମ୍ମୁଖୀନ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ତେବେ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ,ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଥିଲେ । ଏହି ପରୀକ୍ଷା ପାଇଁ ସେ ନିଜର ସମ୍ମତି ପ୍ରକାଶ କରିଥିବାରୁ ଅଦାଲତ କ୍ରାଇମ୍‌ବ୍ରାଞ୍ଚର ପଲିଗ୍ରାଫ୍ ଆବେଦନକୁ ମଞ୍ଜୁର ପ୍ରଦାନ କରିଛନ୍ତି । ଏସବୁ ପରୀକ୍ଷାବେଳେ କୌଣସି ବ୍ୟକ୍ତିଙ୍କୁ ଅବଚେତନ ଅବସ୍ଥାକୁ ଅଣାଯାଇ ଘଟଣା ସଂକ୍ରାନ୍ତୀୟ ପ୍ରଶ୍ନ ପଚରା ଯାଇଥାଏ । ଏହି ସମୟରେ କେହିବି ସତ ଓଗାଳି ଦିଅନ୍ତି । ଶ୍ରୀ ମିଶ୍ରଙ୍କ ଠାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବାବଦରେ ସତକଥା ପଦାକୁ ଆଣିବା ପାଇଁ ଏହି ଉପାୟ ଅବଲମ୍ବନ କରିଛି କ୍ରାଇମ୍‌ବ୍ରାଞ୍ଚ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking