24.1 C
Bhubaneswar
Friday, February 6, 2026
Homeଓଡିଶାଆଜିଠୁ ଭଞ୍ଜନଗର ଓ୍ବାଟର ପାର୍କ ବନ୍ଦ

ଆଜିଠୁ ଭଞ୍ଜନଗର ଓ୍ବାଟର ପାର୍କ ବନ୍ଦ

ଭଞ୍ଜନଗର: ଆଜିଠୁ ଭଞ୍ଜନଗର ଓ୍ବାଟର ପାର୍କ ଅନିର୍ଦ୍ଧିଷ୍ଟ କାଳ ଯିଏଁ ବନ୍ଦ। କିଛିଦିନ ହେବ ଭଞ୍ଜନଗରରେ ଲଗାତାର ବର୍ଷା ଯୋଗୁଁ ଓ୍ବାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଫଳରେ ପାର୍କ କ୍ଷତି ସହୁଛି। ତେଣୁ ପାର୍କ କର୍ତ୍ତୃପକ୍ଷ ଶୁକ୍ରବାରଠାରୁ ଓ୍ବାଟର ପାର୍କ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦେଇଛନ୍ତି। ଦଶହରା ପୂଜା ସମୟରେ ପାଗ ଭଲ ରହିଲେଓ୍ବାଟର ପାର୍କ ଖୋଲିବା ଲକ୍ଷ୍ୟ ବିଭାଗ ପକ୍ଷରୁ ରଖାଯାଇଛି। ବର୍ତ୍ତମାନ ୨୦୦ ପର୍ଯ୍ୟଟକ ହିଁ ଓ୍ବାଟର ପାର୍କକୁ ଯିବାର ବ୍ୟବସ୍ଥା।

ଦଶହରା ସମୟରେ ପାର୍କ ଖୋଲିଲେ ପ୍ରବଳ ଭିଡ଼ ହେବାକୁ ଦୃଷ୍ଟିରେ ରଖି ୨୦୦ ବଦଳରେ ୪୦୦ ପର୍ଯ୍ୟଟକ ଓ୍ବାଟର ପାର୍କକୁ ଗଲା ଭଳି ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଓ୍ବାଟର ପାର୍କ ଦାୟିତ୍ୱରେ ଥିତ୍ବା ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡାଙ୍କ କହିବା ଅନୁସାରେ, ବର୍ତ୍ତମାନ ବର୍ଷା ପାଇଁ ପର୍ଯ୍ୟଟକ ଆସୁନାହାନ୍ତି। ବର୍ଷା ଛାଡ଼ିବା ପରେ ଦଶହରା ପୂର୍ବରୁ ପାର୍କ ଖୋଲାଯିବ। ଅଧିକ ଲୋକ ଯେଭଳି ଓ୍ବାଟର ପାର୍କରେ ମନୋରଞ୍ଜନ କରିପାରିବେ ସେନେଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking