33.1 C
Bhubaneswar
Wednesday, October 16, 2024
Homeଓଡିଶାଭଣ୍ଡ ବାବାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର

ଭଣ୍ଡ ବାବାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର

ଢେଙ୍କାନାଳ : କଟକ ଜିଲ୍ଲା ତିଗିରିଆ ସୋମପଡା ଆଶ୍ରମରୁ ଭଣ୍ଡ ବାବାକୁ ଢେଙ୍କାନାଳ ପୋଲିସ ଉଠାଇ ଆଣିବା ପରେ ଭଣ୍ଡ ବାବାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଢେଙ୍କାନାଳ ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ଅପହରଣ ଅଭିଯୋଗ ହୋଇଥିବା ଯୁବତୀଙ୍କ ଘରକୁ ଯାଉଥିଲେ ଏହି ବାବା । ବିଗତ ସାତ ବର୍ଷ ହେବ ଯିବା ଆସିବା କରୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରିକି ବଶିକରଣ ମନ୍ତ୍ର ମାଧ୍ୟମରେ କୁଆଡେ ସମସ୍ତଙ୍କୁ ନିଜ ବଶରେ କରି ପାରୁଥିଲେ ଏହି ଭଣ୍ଡ ବାବା ।

ଗତକାଲି ଭଣ୍ଡ ବାବାକୁ ଆଶ୍ରମରୁ ଉଠାଇ ଆଣିବା ସମୟରେ ପୋଲିସ ଉପରେ ବି ବଶିକରଣ ମନ୍ତ୍ର ପ୍ରୟୋଗ କରାଯାଇଥିଲା ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଫଳରେ ପୋଲିସ ଯାହା ପଚରାଉଚରା କରିବା କଥା ଯେଉଁ ଢଙ୍ଗରେ ତଦନ୍ତ କରିବା କଥା ତାହା କେତେକାଂଶରେ ହୋଇପାରି ନଥିଲା ବୋଲି ଜଣାପଡିଛି । ଦଶ ବର୍ଷରୁ ଅଧିକ ସମୟ ଧରି ତିଗିରିଆ ସୋମପଡାରେ ଆଶ୍ରମ କରି ରହି ଆସୁଥିବା ଏହି ଭଣ୍ଡ ବାବାଙ୍କର ଅନେକ ଯୁବତୀଙ୍କ ସହ ଥିଲା ଖାସ୍ ଜଣାଶୁଣା । ଆଶ୍ରମକୁ ଘରର ସମସ୍ୟା, ସନ୍ତାନ ହେଉନଥିବା ମହିଳା, ବିଧବା ଦୋଷ ଥିବା କହି ବିଭିନ୍ନ ଯୁବତୀ ଓ ମହିଳାଙ୍କୁ ଆଶ୍ରମକୁ ଡାକୁଥିଲେ ଆବଶ୍ୟକ ପଡିଲେ ସେମାନଙ୍କ ଘରକୁ ବି ଯାଉଥିଲେ ରଙ୍ଗିଲା ବାବା କୈବଲ୍ୟ ଜାନି ।

ଯୁବତୀଙ୍କର ବାପା ଭାପୁର ଫାଣ୍ଡିରେ ଝିଅକୁ ଅପହରଣ କରାଯାଇଥିବା ନେଇ ଗତ ସାତ ତାରିଖରେ ଅଭିଯୋଗ କରିବା ପରେ ଏହି ଭଣ୍ଡ ବାବାକୁ ଗିରଫ କରିବା ପାଇଁ ପୋଲିସ ଏକ ଟିମ ଗଠନ କରିଥିଲା । ଢେଙ୍କାନାଳ ସଦର ଏସଡିପିଓ, ସଦର ଥାନା ଆଇଆଇସି, ଭାପୁର ଫାଣ୍ଡି ଅଧିକାରୀ ଓ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ମିଳିତ ଭାବେ ଏକ ଟିମ ଗଠନ କରି ତିଗିରିଆ ସୋମପଡା ସ୍ଥିତ ଆଶ୍ରମରୁ ରଙ୍ଗିଲା ବାବା କୈବଲ୍ୟ ଜାନିକୁ ଉଠାଇ ଆଣିଥିଲେ ଢେଙ୍କାନାଳ ପୋଲିସ । ବାବାକୁ ଧରିବାକୁ ଯାଇଥିବା ସମୟରେ ପୋଲିସ ହାତରେ ଲାଗିଥିଲା ରଙ୍ଗିଲା ବାବାର କଳା କାରନାମା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking