ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପିସିସି ସଭାପତି । ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଭେଟିବେ ଭକ୍ତ ଦାସ । ଫେବୃଆରି ପ୍ରଥମ ସପ୍ତାହରେ ନବୀନଙ୍କୁ ଭେଟିବେ ଭକ୍ତ ଦାସ । ରାଜ୍ୟସଭା ସିଟ୍ ପାଇଁ ସମର୍ଥନ ମାଗିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ଯେ ମୁଁ ମିଶିକି ଆଲୋଚନା କରିବା ପାଇଁ ସମୟ ମାଗିଛି । ଫେବୃଆରୀ ପ୍ରଥମ ସପ୍ତାହରେ ଆଲୋଚନା ପାଇଁ ସମୟ ମାଗିଛି । ବିଜେଡି ବିରୋଧୀଦଳ, ଆମେ ବି ବିରୋଧୀଦଳ । ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ । ଆମେ ପ୍ରାର୍ଥୀ ସେମାନେ ସମର୍ଥନ କରିବେ କି ନାହିଁ । ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ । ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ । ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ କାହେଲେ ସପକ୍ଷରେ ଯିବୁ ।










