ଭୁବନେଶ୍ୱର: ମଡେଲ ମଣ୍ଡି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାର କହିଛନ୍ତି, ୩୮ଟି ମଡେଲ ମଣ୍ଡି କରିବେ । ଗୋଟିଏ ଜିଲ୍ଲାରେ ଗୋଟିଏ ମଡେଲ ମଣ୍ଡି ହେବ । ଚାଷୀ କଣ ୧୦୦ କିମି ଦୂରରୁ ବିକ୍ରି ପାଇଁ ଆସିବେ ? ଚାଷୀଙ୍କୁ ପରିବହନ ଅର୍ଥ କିଏ ଦେବ ଏଭଳି କିଛି ପ୍ରଶ୍ନ କରିଛନ୍ତି ଦାସ । ଚାଷୀଙ୍କୁ ଇନସୁରାନ୍ସ ଟଙ୍କା ଏ ଯାଏଁ ମିଳିନି । କେନ୍ଦ୍ର ୮ ଶହ ଟଙ୍କା ଇନସେଣ୍ଟିଭ ଚାଷୀଙ୍କୁ ଦେଲାନି ।










