ଭଦ୍ରକ: ଭଦ୍ରକରେ ଆଜି ଠାରୁ ଆରମ୍ଭ ହେଉଛି ଐତିହାସିକ କାଳୀପୂଜା। ଏଥି ପାଇଁ ସଜେଇ ହରାଇଛି ମା ଭଦ୍ରକାଳୀଙ୍କ ପୀଠ ଠାରୁ ଚରମ୍ପାର ସବୁ ପୂଜା ମଣ୍ଡପ। ମା’ଙ୍କର ଆଗମନ ସହ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଓ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର ହୋଇ ଉଠିଛି। ମାଡ଼ଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ନୂଆ ରୂପରେ ସଜେଇ ହୋଇଛି ଚରମ୍ପା। ୬ ଶହ ବର୍ଷର ଆଦିଶକ୍ତି ପୀଠ ମା’ ଭଦ୍ରକାଳୀ ପୀଠରେ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସାଳନ୍ଦୀ ନଦୀ ଘାଟରୁ କଳସ ଅଣାଯିବା ପରେ ମାଙ୍କ ପୀଠରେ ଘାଟ ସ୍ଥାପନା କରାଯିବା ପୂଜା ଅର୍ଚ୍ଚନା ଆରମ୍ଭ ହେବ। ଏଠାରେ ସପ୍ତ ଦିନ ବ୍ୟାପୀ ମା’ଙ୍କର ପୂଜାର୍ଚ୍ଚନା ହେବ।










