28.1 C
Bhubaneswar
Monday, October 28, 2024
Homeଓଡିଶାଭଦ୍ରକ : ଜଳବନ୍ଦୀରେ ହନ୍ତସନ୍ତ ଲୋକେ

ଭଦ୍ରକ : ଜଳବନ୍ଦୀରେ ହନ୍ତସନ୍ତ ଲୋକେ

ବ୍ୟୁରୋ :  ବାତ୍ୟା ଦାନା ପ୍ରଭାବରେ ଲୋକଙ୍କ ଚିନ୍ତା ବଢୁଛି । ଗାଁ ଭିତରେ  ୪ ଫୁଟ ଉଚ୍ଚରେ ବନ୍ୟା ପାଣି  ପ୍ରବାହିତ ହେଉଛି । ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ଘରୁ ଭିତରକୁ ଆସୁଥିବା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ଲୋକେ ।  ନଳକୂପ ଗୁଡିକ ବନ୍ୟା ପାଣି ଘେରରେ ରହିଛି । ବାତ୍ୟା ପରେ ବନ୍ୟାର ଆଶଙ୍କା ଦେଖା ଦେଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ତିହିଡ  ବ୍ଲକର  ତଳିଆ ଅଞ୍ଚଳରେ ସାଳନ୍ଦୀ  ନଦୀର ବନ୍ୟା ପାଣି ପଶି ଯାଇଛି । ଫଳରେ ଜଳବନ୍ଦୀରେ ଜୀବନ ବିତାଉଛନ୍ତି ଲୋକେ । ଧାନ ଚାଷ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଶହ ଶହ ହେକ୍ଟର ଜମିରେ ପନିପରିବା ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

https://www.youtube.com/watch?v=0jhxKqz6y-Y

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking